ବୁଲୁଛି ଭାଲୁ , ଲୋକେ ଭୟଭୀତ
ମାଲକାନଗିରି : ମାଲକାନଗିରି ସହର ମଧ୍ୟରେ ଭାଲୁ ପଲ୍ଲ ବୁଲୁଥିବା ଭିଡିଓ ଭାଇରାଲ ପରେ ଭାଲୁ ପଲ୍ଲକୁ ନେଇ ଭୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତଳ ସାହି ଏବଂ ଆଖପାଖ ଅଞ୍ଚଳରେ ଦୁଇଟି ଭାଲୁ ବୁଲୁଥିବାର ଚିତ୍ର ଶିଶିଟିଭିରେ କଏଡ ହୋଇଛି । ଦୁଇଟି ଭାଲୁ ଏକ ସାଙ୍ଗରେ ବୁଲୁଥିବା ବେଳେ ସେମାନେ ଖାଦ୍ୟ ଅନ୍ୱ?ଷଣରେ ସହର ମଧ୍ୟରେ ପଶିଥିବା ଅନୁମାନ କରାଯାଉଛି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାଲୁ ଗୁଡିକ ଜନ ବସତି ସ୍ଥାନ ମଧ୍ୟରେ ବୁଲୁଥିବା ବେଳେ ସୌଭାଗ୍ୟ ବସତ କାହାରୀକୁ କିଛି କ୍ଷତି କରିନାହାନ୍ତି ।