ନଈରୁ ବାଲି ଉଠାଇ ମାଲା ମାଲ ମାଫିଆ, ରାଜସ୍ୱ ହରାଉଛନ୍ତି ସରକାର
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଦେଇ ଯାଇଥିବା ନଦୀଟି ବିଏଲକେ ଅଧୀନରେ ଥିବା ପ୍ରାୟ ଚାରିଗୋଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଅଛି । ହେଲେ ପ୍ରତେକ ଦିନ ଉକ୍ତ ନଦୀର ବିଭିନ୍ନ ସ୍ଥାନରୁ ବହୁ ବାଲି ବାହାରକୁ ଚାଲାଣ ହେଉଥିବାର ବହୁ ନଜିର ରହିଛି । କିଛି କିଛି ସ୍ଥାନରେ ରାଜସ୍ୱ ନିରିକ୍ଷକ କିଛି ବାଲି ଗାଡି ଧରି ଅଳ୍ପକିଛି ଚାଲାଣ କାଟି ନିଜ କାମ ସାରିଦେଉଛନ୍ତି । ଏପଟେ ବଳି ମାଫିଆ ପୁରା ନିର୍ଭୟରେ ମଶିନ ଲଗାଇ ନଦୀ ଭିତରୁ ବାଲି ବାହାର କରି ମାଲେ ମାଲ ହେଉଛନ୍ତି । ଏପରି ଦେଖିବାକୁ ମିଳିଛି ବ୍ଲକ ଅଧୀନ ତୁମୁଷାପଲ୍ଲି ଗ୍ରାମ ପଞ୍ଚାୟତ ସଦର ନିକଟଦେଇ ଯାଇଥିବା ନଇରେ । ଗ୍ରାମ ବାସୀଙ୍କ କହିବା ଅନୁଯାଇ ଉକ୍ତ ନଇରେ କେହିଜଣେ ବାଲି ମାଫିଆ ମସିନ ସାହାଯ୍ୟରେ ବାଲି ନଇଭିତରୁ ବାହାର କରି ବଡ ଗାଡି,ଟ୍ରାକ୍ଟର ସାହାଯ୍ୟରେ ବହୁ ବାଲି ବାହାରକୁ ଚାଲାଣ କରୁଥିବା ବେଳେ ବର୍ତ୍ତମାନ ନଇର ବହୁ ସ୍ଥାନରେ ବହୁବାଲି ପାହାଡ ପରି ଗଦା ହୋଇରଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଆମେ ମାରିୱାଡା ରାଜସ୍ୱ ନିରିକ୍ଷକ ରାଜେଶ୍ୱରୀ ନାୟକଙ୍କୁ ପଚାରିବାରୁ ସେ କହିଥିଲେ କିଛି ଲୋକଙ୍କର ରସିଦ କଟାହୋଇଥିବା ବେଳେ ମଶିଣ ସାହାଯ୍ୟରେ ନଇରୁ ବାଲି ଉଠାଯିବା କଥା ଜାଣି ନାହାନ୍ତି,ଯଦି ସେମିତି କିଛି ହୋଇଥାଏ ତେବେ ଆଇନ ଗତ କାର୍ଯ୍ୟ ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆଗାମୀ ଦିନରେ ଦେଖିବାର ବାକି ରହିଲା ରାଜସ୍ୱ ବିଭାଗ କି ପଦକ୍ଷେପ ନେଉଛି ନା ବାଲି ମାଫିଆଙ୍କ ନିମନ୍ତେ କିଛି ରସିଦ କାଟି ନିଜ ଦୋଷ ମୁକ୍ତ ହେଉଛନ୍ତ