ମାଲକାନଗିରି ଏସ୍ପି ହେଲେ ବିନୋଦ ପାଟିଲ
ମାଲକାନଗିରି : ବିନୋଦ ପାଟିଲ ମାଲକାନଗିରି ଏସ୍ପି ହୋଇଛନ୍ତି। ସେହିପରି ରାହୁଲ ଗୋଏଲ କଟକ ରେଲ୍ଓ୍ବେ ଏସ୍ପି ହୋଇଥିବାବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍ ମିହିର ପଣ୍ଡାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ନବରଙ୍ଗପୁର ଏସ୍ପି ଭାବେ ମିହିରଙ୍କୁ ନିଯୁକ୍ତି ମିଳିଛି।