ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ତଲାସି ଅଭିଯାନ ବେଳେ ଏକ ଆଇଇଡି ବୋମାକୁ ଠାବ କରି ନିଷ୍କ୍ରିୟ କଲେ ଯବାନ । ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ରାଇଗୁଟ୍ଟା ପାହାଡ଼ ନିକଟରେ ମାଓ ଦମନ ନିମନ୍ତେ ସିଆରପିଏଫର ଯବାନମାନେ ବାହାରିଥିଲେ । ଏହି ସମୟରେ ଯବାନ ମାନେ ମାଓବାଦୀ ଖଞ୍ଜିଥିବା ଏକ ଆଇଇଡି ବୋମାକୁ ଠାବ କରିଥିଲେ । ବୋମାଟିର ଓଜନ ପ୍ରାୟ ୫ କିଲୋଗ୍ରାମ ରହିଥିବା ବେଳେ ଆଇଇଡିକୁ ଘଟଣାସ୍ଥଳେ ନଷ୍ଟ କରିଥିଲେ ଯବାନମାନେ । ଘଟଣାର ପ୍ରାୟ ୬ ମାସ ପୂର୍ବେ ମଧ୍ୟ ସେହି ସମାନ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁଁ ଡୁବ୍ୱାମାର୍କା ଗ୍ରାମର ଜଣେ ମହିଳା କାୱାସି ସୁକ୍କିଙ୍କ ମୃତୁ୍ୟ ହୋଇଥିଲା । ତେବେ ବୋମାଟିକୁ ନିଷ୍କ୍ରିୟ ପରେ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି ।