ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଫୁଟବଲ, ସୁନ୍ଦରଗଡ  ଚାମ୍ପିଅନ

ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଫୁଟବଲ, ସୁନ୍ଦରଗଡ  ଚାମ୍ପିଅନ
ବରଗଡ : ଗତ ୨୩ ତାରିଖ ରୁ ବରଗଡ ଜିଲ୍ଲା ର ଚାରିଟି ଜୋନ ରେ ଚାଲିଥିବା ସିନିୟର୍ ଆନ୍ତଃ ଜିଲ୍ଲା ମହିଳା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଆଜି ସ୍ଥାନୀୟ  ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ ରେ ସୁନ୍ଦରଗଡ ଜିଲ୍ଲା ଦଳ ୧-୦ ଗୋଲରେ କଟକ ଜିଲ୍ଲା ଦଳ କୁ ହରାଇ ଚଳିତ ବର୍ଷ ର ସିନିଅର  ମହିଳା ଫୁଟବଲ ଚାମ୍ପିଅନ ଆଖ୍ୟା ଅର୍ଜ୍ଜନ କରିଛନ୍ତି । ଆଜିର ମ୍ୟାଚ ର ପ୍ରଥମାର୍ଦ୍ଧ ଟି ଗୋଲ ଶୂନ୍ୟ ହୋଇଥିବା ବେଳେ ଦ୍ଵିତୀୟାର୍ଦ୍ଧ ରେ ସୁନ୍ଦରଗଡ ଦଳ ର ୧୨ ନମ୍ବର ଖେଳାଳୀ ସୁଭାଷିନୀ ସାହା ଏକ ମାତ୍ର ବିଜୟୀ ଗୋଲ ଦେଇ ଦଳ କୁ ଚାମ୍ପିଅନ କରାଇଥିଲେ । ଅତିଥି ମାନେ ଚମ୍ପିୟାନ ଦଳ ସୁନ୍ଦରଗଡ଼ କୁ ନଗଦ ୨୫୦୦୦ ଟଙ୍କା ସହ ଟ୍ରଫି ଓ ରନରସ ଅଫ କଟକ ଦଳ କୁ ନଗଦ ୧୫୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳର ଶ୍ରେଷ୍ଠ ଖେଳାଳୀ ଭାବରେ ସୁନ୍ଦରଗଡ ଦଳ ର ୧୨ ନମ୍ବର ଖେଳାଳୀ ସୁଭାଷିନୀ ସାହା, ପ୍ରତିଯୋଗିତା ର ଶ୍ରେଷ୍ଠ ଉଦୀୟମାନ ଖେଳାଳୀ ଭାବରେ ସୁନ୍ଦରଗଡ ଦଳ ର ୭ ନମ୍ବର ଖେଳାଳୀ ତୁଳସୀ ଟପୋ, ପ୍ରତିଯୋଗିତା ର ଶ୍ରେଷ୍ଠ ଖେଳାଳୀ ଭାବରେ କଟକ ଦଳ ର ୧୭ ନମ୍ବର ଖେଳାଳୀ ସୁନୀତା ସ୍ୱାଇଁ ଙ୍କୁ ପୁରସ୍କୃତ କରାଯାଇଥିଲା । 
      ଆଜି ର ଖେଳ କୁ ଅମିରା ପ୍ରଧାନ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍ ରେ ସହାୟତା କରିଥିଲେ ରାଣୀ କାଲା ଓ ସୀତା ମାରାଣ୍ଡି । ଚତୁର୍ଥ ରେଫରୀ ଥିଲେ ପିଙ୍କି ହଂସ । ରିଜର୍ଭ ରେଫରୀ ଥିଲେ ଆରତୀ ମହାନ୍ତି। ମ୍ୟାଚ୍ କମିଶନର ଥିଲେ ନବୀନ କୁମାର ନାୟକ । 
      ଜିଲ୍ଲା କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ସଭାପତିତ୍ବ ଓ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ , ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଫୁଟବଲ ଏସୋସିଏସନ୍ ର ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲମ୍ପିକ ଏସୋସିଏସନ୍ ର ସମ୍ପାଦକ ଅଭିଜିତ ପାଲ, ଓଡ଼ିଶା ଫୁଟବଲ ଏସୋସିଏସନ୍ ଉପ ସଭାପତି ଦୁଳାଲ ଚନ୍ଦ୍ର ପ୍ରଧାନ, ଉପ ସଭାପତି ରବି ପଣ୍ଡା, ଯୁଗ୍ମ ସମ୍ପାଦକ ବିଶ୍ଵ ରଞ୍ଜନ ଘଡେ଼ଇ , ପୁର୍ବତନ ଉପ ସଭାପତି ଧିରେନ ପଲାଇ, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଜିଲ୍ଲା କ୍ରୀଡା ସଂସଦ ଉପ ସଭାପତି ତଥା ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ସମ୍ପାଦକ ସେକ ସବଦର, ପୁର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ପ୍ରଭାତ ଆଦିତ୍ୟ ମିଶ୍ର ,ସୋହେଲା କ୍ରୀଡା ସଂସଦ ର ସଭାପତି ସତ୍ୟ ନାରାୟଣ ଦେବତା , କଦଳୀପାଲି କ୍ରୀଡା ସଂସଦ ର ସଭାପତି କ୍ଷିତିପତି ପ୍ରଧାନ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ କ୍ରୀଡା ସମ୍ପାଦକ ହରଦୀପ ସିଂ , କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ, ପ୍ରଦୀପ ସାହୁ , ଦିଲୀପ ସାୱଡିଆ, ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ , ପ୍ରାକ୍ତନ ଖେଳାଳୀ  ଏସ ଏମ କାଦିର , ସୁବ୍ରତ ଚାଟାର୍ଜୀ, ଜ୍ଞାନ ରଞ୍ଜନ ପୂଜାରୀ ,ପ୍ରଦିପ ନନ୍ଦ , 
ଅତିଶ ପଣ୍ଡା, ପ୍ରଦୀପ ପ୍ରଧାନ  , ନନ୍ଦ କୁମାର ମିଶ୍ର ,ମନୋରଞ୍ଜନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।