ମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଲେ ମୋହନ, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା
Mohan Charan Majhi
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଉ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ୩୦ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସୁନ୍ଦରଗଡ଼ ଓ ଦେବଗଡ଼, ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସୋନପୁର ଓ ବଲାଙ୍ଗୀର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱ ପ୍ରଦାନ କରାଯାଇଛି ।
ଅପରପକ୍ଷରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନଗୁଳ ଓ ସମ୍ବଲପୁର, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଞ୍ଜାମ ଓ ଗଜପତି, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା, ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ମନ୍ତ୍ରୀ ସୂର୍ଯର୍୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପଡ଼ା, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଦାୟିତ୍ୱ ମିଳିଛି । ଏହାଛଡ଼ା ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଏବଂ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଢେଙ୍କାନାଳ ଓ ପୁରୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।