ବିଜେଡ଼ିକୁ ମିଳିଲାନି ଚାନ୍ଦା, ଜାଣନ୍ତୁ କାହିଁକି ?
Biju Janata Dal, Naveen Patnaik

ନୂଆଦିଲ୍ଲୀ : ୨୦୨୩-୨୪ରେ ୨୦ ହଜାର ଟଙ୍କା ବା ତଦ୍ଦୁଦ୍ଧ୍ୱର୍ ଦାନ ଦେଇଥିବା ବ୍ୟକ୍ତି, ଅନୁଷ୍ଠାନ ଓ କର୍ପୋରେଟ୍ ହାଉସ୍ ଠାରୁ ବିଜେପି ୨୨୪୪ କୋଟି ଟଙ୍କା ପାଇଛି । ୨୦୨୨-୨୩ ତୁଳନାରେ ଦଳର ଚାନ୍ଦା ତିନିଗୁଣା ବଢ଼ିଛି । ଯେତେବେଳେକି କଂଗ୍ରେସକୁ ମାତ୍ର ୨୮୮ କୋଟି ୯୦ ଲକ୍ଷ ଟଙ୍କା ମିଳିଛି ।
ସବୁଠାରୁ ବଡ଼କଥାଟିୁ ହେଉଛି ପ୍ରମୁଖ ଦଳଗୁଡ଼ିକ ପାଇଥିବା ଚାନ୍ଦାର ସିଂହଭାଗ ପ୍ରୁଡେ଼ଣ୍ଟ ଇଲୋକ୍ଟ୍ରାଲ ଟ୍ରଷ୍ଟ ପ୍ରଦାନ କରିଛି । ଏହି ଟ୍ରଷ୍ଟ ବିଜେପିକୁ ୭୨୩ କୋଟି ୬୦ ଲକ୍ଷ ଟଙ୍କା ଦେଇଛି । ବିଜେପି ପାଇଥିବା ଚାନ୍ଦାର ଏକ ତୃତୀୟାଂଶ ଏହି ଟ୍ରଷ୍ଟ ହିଁ ଦେଇଛି । ସେହିପରି କଂଗ୍ରେସ ପାଇଥିବା ଚାନ୍ଦାର ଅର୍ଦ୍ଧାଧିକ ପ୍ରୁଡେ଼ଣ୍ଟ ଇଲୋକ୍ଟ୍ରାଲ ଟ୍ରଷ୍ଟ ପ୍ରଦାନ କରିଛି । ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରା, ସେରମ ଇନଷ୍ଟିଚ୍ୟୁଟ, ଆର୍ସେଲର ମିତ୍ତଲ ଓ ଭାରତୀ ଏୟାରଟେଲ ଭଳି ପ୍ରମୁଖ କମ୍ପାନୀ ହିଁ ପ୍ରୁଡେ଼ଣ୍ଟକୁ ଅନୁଦାନ ଦେଇଥା’ନ୍ତି ।
ବିଜେପିକୁ ଇଲୋକ୍ଟ୍ରାଲ ଟ୍ରଷ୍ଟରୁ ମୋଟ୍ ୮୫୦ କୋଟି ଟଙ୍କା ମିଳିଛି । ପ୍ରୁଡେ଼ଣ୍ଟ ୭୨୩ କୋଟି, ଟ୍ରିମ୍ପ ଇଲେକ୍ଟ୍ରୋଲ ଟ୍ରଷ୍ଟ ୧୨୭ କୋଟି ଟଙ୍କା ଓ ଆଇଜିଗାର୍ଟିଗ ଇଲୋକ୍ଟ୍ରାଲ ଟ୍ରଷ୍ଟ ୧୭.୨ ଲକ୍ଷ ଟଙ୍କା ଦେଇଛି । ସେହିପରି ପ୍ରୁଡେ଼ଣ୍ଟ ବିଆରଏସକୁ ୮୫ କୋଟି ଓ ୱାଇଏସଆର କଂଗ୍ରେସକୁ ମଧ୍ୟ ୬୨.୫ କୋଟି ଟଙ୍କା ପ୍ରଦାନ କରିଛି । ବିଜେପିକୁ ଲଟେରୀ କିଙ୍ଗ ସାଣ୍ଟିଆଗୋ ମାର୍ଟିନ୍ଙ୍କ କମ୍ପାନୀ ଫ୍ୟୁଚର ଗେମିଙ୍ଗ ଆଣ୍ଡ ହୋଟେଲ ସର୍ଭିସ ୩ କୋଟି ଟଙ୍କା ଟଙ୍କା ଦେଇଛି । ଏହି କମ୍ପାନୀ ଏବେ ଇଡ଼ି ଓ ଆୟକର ବିଭାଗର ସ୍କାନରରେ ରହିଛି । ସେହିପରି ଟିଡ଼ିପି ୧୦୦ କୋଟିର ଚାନ୍ଦା ପାଇଥିବା ଦର୍ଶାଇଛି ।
ଏହି ଚାନ୍ଦାରେ ଇଲୋକ୍ଟ୍ରାଲ ବଣ୍ଡ ଅନୁଦାନ ମିଶିନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ବଣ୍ଡ ସଂକ୍ରାନ୍ତରେ ଇସିଆଇ ସବିଶେଷ ତଥ୍ୟ ପ୍ରଦାନ କରିସାରିଛନ୍ତି । ଏସବୁ ଭିତରେ ଅନ୍ୟ ବଡ଼ ଖବରଟି ହେଉଛି ୨୦୨୩-୨୪ରେ ବିଜେଡ଼ିକୁ ଏବାବଦରେ କିଛି ମିଳିନାହିଁ । ଅତଏବ ୨୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ଦାତା ବିଜେଡ଼ିର ନାହାନ୍ତି । ଦଳର କୋଷାଧ୍ୟକ୍ଷ ସୁବାସ ସିଂ ମାତ୍ର ଦୁଇ ପୃଷ୍ଠାର ଗୋଟିଏ ରିପୋର୍ଟ ଦାଖଲ କରିଛନ୍ତି ।