ବାସ୍ତୁ ଅନୁସାରେ ସୂର୍ଯ୍ୟଙ୍କ ଶୁଭ ସମୟ

ବାସ୍ତୁ ଓ ସୂର୍ଯ୍ୟଙ୍କ ମଧ୍ୟରେ ନିଆରା ସମ୍ବନ୍ଧ ଥିବା କୁହାଯାଏ । ଯଦି ଘରର ବାସ୍ତୁ ସୂର୍ଯ୍ୟଙ୍କ ଭ୍ରମଣ ଦିଶା ଆଧାରରେ ରହେ, ତେବେ ଏଥିରୁ ସର୍ବାଧିକ ଲାଭ ମିଳେ । ବାସ୍ତୁ ଅନୁସାରେ ସୂର୍ଯ୍ୟ ଘରର କେଉଁ ସମୟ ତଥା ଦିଗରେ ରହିଲେ, କେଉଁ କାମ ପାଇଁ ଶୁଭ, ସେ ସମ୍ପର୍କରେ ଜାଣିବା ।
ସୂର୍ଯ୍ୟୋଦୟ ପୂର୍ବରୁ ଅର୍ଥାତ୍ ଭୋର ୩ଟାରୁ ସକାଳ ୬ଟାକୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ । ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ଅବସ୍ଥାନ କରନ୍ତି । ଏହି ସମୟ ଚିନ୍ତନ ଓ ପୂଜାପାଠ ପାଇଁ ଉତ୍ତମ ।
ସକାଳ ୬ରୁ ଦିନ ୯ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରହନ୍ତି । ଘରେ ଯେଭଳି ସୂର୍ଯ୍ୟ କିରଣ ପଡ଼ିବ, ସେ ଦିଗରେ ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ବହୁ ରୋଗ ଦୂର ହୋଇଥାଏ ।
ପ୍ରାତଃ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ଦକ୍ଷିଣ-ପୂର୍ବ ଭାଗରେ ରହନ୍ତି । ସ୍ନାନ ଓ ରୋଷେଇ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ହେଉଛି ବିଶ୍ରାମ ନେବାର ସମୟ । ଏହି ସମୟରେ ସୂର୍ଯ୍ୟ ଦକ୍ଷିଣରେ ଥାନ୍ତି ।
ଅପରାହ୍ନ ତିନିଟାରୁ ସନ୍ଧ୍ୟା ୬ଟା ଅଧ୍ୟୟନ ଓ ଅନ୍ୟାନ୍ୟ କାମ କରିବା ଲାଗି ଉତ୍ତମ ସମୟ ।
ସେହିପରି ସନ୍ଧ୍ୟା ୬ଟାରୁ ରାତି ନଅଟା ପର୍ଯ୍ୟନ୍ତ ପଢ଼ିବା, ଖାଇବା ତଥା ବୈଠକ ଲାଗି ଶୁଭଙ୍କର ।