ଧାନମଣ୍ଡି ପରିଦର୍ଶନ କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ : "ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ'
ଭଦ୍ରକ/ଭଣ୍ଡାରିପୋଖରୀ: ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଭଦ୍ରକ ଜିଲ୍ଲା ପ୍ରଶାସନର ଧାନ ସଂଗ୍ରହ କାର୍ଯ୍ୟ ପରି·ଳନାର ସମୀକ୍ଷା କରିଥିଲେ । ସେ ଭଦ୍ରକରେ ପହଞ୍ଚô ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍ର ଆଦମପୁରର ଶକ୍ତି ସ୍ୱରୂପା ଏସ୍.ଏଚ୍.ଜି ଧାନକ୍ରୟ କେନ୍ଦ୍ର, ଭଦ୍ରକ ବ୍ଲକ୍ର ବହୁଦରଡ଼ାର ଶ୍ରୀରାମ ପାକ୍ସ ଓ ଅର୍ଣ୍ଣପାଳ ପାକ୍ସ, ତିନିଟି ଧାନମଣ୍ଡିକୁ ଯାଇ ସରକାରୀ ଦରରେ ଧାନକ୍ରୟ ବ୍ୟବସ୍ଥାର ତଦାରଖ କରିଥିଲେ ।
କଟନୀଛଟନୀ ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ·ଷୀମାନଙ୍କ ଅଭିଯୋଗ ଶୁଣି ଏଫ୍.ଏ.କୁ୍ୟ ମାନର ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଅଣ ଏଫ୍.ଏ.କୁ୍ୟ ଧାନ ଗ୍ରହଣ କରାଯିବ ନାହିଁ, ମଣ୍ଡିରୁ ଫେରାଇ ଦିଆଯିବ ବୋଲି କହିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ପ୍ରତିନିଧି ଡଃ ସୁଧାଂଶୁ ଶେଖର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ବିକ୍ରମ ସୌରଭ ଚକ୍ରବର୍ତ୍ତି, ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ଆର.ଏମ.ସି. ସମ୍ପାଦକ ମୃତୁ୍ୟଞ୍ଜୟ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ନୋଡାଲ ଅଧିକାରିଣୀ ଋତୁପର୍ଣ୍ଣା ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତରେ କ୍ଷେତ୍ର ସ୍ତରରେ ମଣ୍ଡି ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସରକାରୀ ଦରରେ ଧାନକ୍ରୟ ପାଇଁ ପ୍ରସ୍ତୁତି, ପରି·ଳନା, ସଚେତନତା, ଅଦ୍ୟାବଧି ଧନକ୍ରୟ ପରିମାଣ, ଉପୁଜୁଥିବା ସମସ୍ୟା ସମାଧାନରେ ଜିଲ୍ଲା ପ୍ରଶାସନର ସହଯୋଗ ଆଦି ସମ୍ବନ୍ଧରେ ଦୃଶ୍ୟ ଫଳକ ଜରିଆରେ ଉପଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ଧାନ କିଣାରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ·ଷୀମାନଙ୍କୁ ପ୍ରଥମଥର ପାଇଁ ସରକାର କ୍ଷତି ପୂରଣ ପ୍ରଦାନ କରିଛନ୍ତି । କ୍ଷତିଗ୍ରସ୍ତ ସେହି ଫସଲର ଉତ୍ତମ ମାନ ନଥିବା ଧାନ ମଣ୍ଡିକୁ ନ ଆଣିବା ପାଇଁ ସେ ପ୍ରକାଶ କରିଥିଲେ । ଧାନ କିଣାରେ ମିଲରମାନଙ୍କ ମନମାନିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ । ମଣ୍ଡିରୁ ଧାନ ଉଠାଇବାରେ ସହଯୋଗ କରୁନଥିବା ମିଲର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରି ଆବଶ୍ୟକ ହେଲେ ଜିଲ୍ଲା ବାହାରୁ ମିଲର୍ ନିୟୋଜିତ କରାଯିବ ବୋଲି ପ୍ରକାଶ କରିଥିଲେ । କଟନୀ ଛଟନୀକୁ ସୁଯୋଗ ନଦେଇ ଖରାପ ଥିବା ଧାନକୁ ମଣ୍ଡିରୁ ଫେରାଇ ଦେବା ପାଇଁ କହିଥିଲେ । ଭଲଧାନ ନ ହେଲେ ଭଲ ·ଉଳ ମିଳିବ ନାହିଁ । ଭଲ ·ଉଳ ନ ହେଲେ, ଏଫ୍.ସି.ଆଇ. ତାହା ଗ୍ରହଣ କରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ·ଷୀମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସୁସଙ୍ଗଠିତ ଢଙ୍ଗରେ ସରକାରୀ ମଣ୍ଡି ଜରିଆରେ ମିଲର ମାନଙ୍କ ଦ୍ୱାରା ସେମାନଙ୍କ ଠାରୁ ଉତ୍ତମ ମାନର ଧାନ ସଂଗ୍ରହ କରାଯିବା ଦିଗରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଅଧିକ ଯନôବାନ୍ ହେବାକୁ ମଧ୍ୟ ମନ୍ତ୍ରୀ ବୈଠକରେ ପରାମର୍ଶ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟକି ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୧,୦୦,୧୭୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି ।