ବବିଙ୍କ ପାଇଁ ନିର୍ବାଚନ ହାରିଲୁ : ମହେଶ ସାହୁ

mahesh sahoo

ବବିଙ୍କ ପାଇଁ ନିର୍ବାଚନ ହାରିଲୁ : ମହେଶ ସାହୁ

ଭୁବନେଶ୍ୱର : କାହିଁକି ଚବିଶ ନିର୍ବାଚନରେ ହାରିଲା ବିଜେଡ଼ି  । ଏହାର କାରଣ କହିଛନ୍ତି ବରିଷ୍ଠ ନେତା ମହେଶ ସାହୁ  । ସେ କହିଛନ୍ତିଯେ, ସମ୍ବଲପୁରରୁ ବବି ଲଢ଼ିବା ଭୁଲ ନିଷ୍ପତ୍ତି ଥିଲା  । ସେ ଯଦି ସମ୍ବଲପୁରରୁ ନଲଢ଼ି ଯାଜପୁରରୁ ଲଢ଼ିଥା’ନ୍ତେ ତେବେ ଆମେ ଆଉ ଦଶ ବାର ଆସନ ପାଇ ସରକାର ଗଢ଼ି ପାରିଥା’ନ୍ତୁ  । ବବିଙ୍କୁ ସେ ସିଧାସଳଖ ଭାବେ ନିର୍ବାଚନ ପରାଜୟ ପାଇଁ ଦାୟୀ କରିନାହାନ୍ତି  । କିନ୍ତୁ ବବିଙ୍କ ଭୁଲ ନିଷ୍ପତ୍ତି ପାଇଁ ଦଳ କ୍ଷତିଗ୍ରସ୍ତ ହୋଇଛି ବୋଲି ପରୋକ୍ଷରେ କହିଛନ୍ତି  । ମହେଶ ସାହୁ ଢେଙ୍କାନାଳର ଜଣେ ଟାଣୁଆ ନେତା ହୋଇଥିବାବେଳେ ସେ ପ୍ରଥମେ ବିଜେପିରେ ହିଁ ଥିଲେ  । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ବିବାଦ ହେବାରୁ ସେ ବିଜେପି ଛାଡ଼ି ବିଜେଡ଼ିକୁ ଯାଇଥିଲେ  ।