ଏଥରେ ହେଉଛି ବିହାର ବଜେଟ:ଅମର ପଟ୍ଟନାୟକ

ଏଥରେ ହେଉଛି ବିହାର ବଜେଟ:ଅମର ପଟ୍ଟନାୟକ

ଭୁବନେଶ୍ବର : ୨୦୨୫-୨୬ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କେବଳ ହତାଶ ଆଉ ହତାଶ। ଗତ ବର୍ଷ କେନ୍ଦ୍ର ବଜେଟ ଥିଲା ଆନ୍ଧ୍ର ବଜେଟ, ଏଥରେ ହେଉଛି ବିହାର ବଜେଟ। କାରଣ ଆନ୍ଧ୍ର ଓ ବିହାର ଯୋଗୁଁ କେନ୍ଦ୍ରରେ ସରକାର ବଞ୍ଚିଛି। ଯେଉଁଥି ପାଇଁ ସେମାନଙ୍କୁ ସ୍ବତନ୍ତ୍ର ନଜର ଦିଆଯାଉଛି। ହେଲେ ଓଡ଼ିଶାକୁ ପୁଣି ଉପେକ୍ଷା କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ।

ଚଳିତ ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଗତ ବର୍ଷ ବଜେଟ ଥିଲା ଆନ୍ଧ୍ର ବଜେଟ। ଏଥରେ ବିହାର ବଜେଟ। କାରଣ ଆନ୍ଧ୍ର ଓ ବିହାର ଯୋଗୁଁ କେନ୍ଦ୍ରରେ ସରକାର ବଞ୍ଚିଛି। ପୂର୍ବାଞ୍ଚଳରେ ବିହାର କିପରି ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ଅମର। ଓଡ଼ିଶା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୪ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିଆସୁଛି। କିନ୍ତୁ ଓଡ଼ିଶାକୁ ସେପରି କିଛି ପ୍ରଦାନ କରାଯାଉନାହିଁ। ଯଦି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ଦିଆଯାଉଛି, ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ଘୋଷଣା କରନ୍ତୁ। ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ଅନୁଦାନ ମିଳୁଛି। ହେଲେ ଓଡ଼ିଶାକୁ କାହିଁକି ନମିଳିବ ବୋଲି ଅମର ପ୍ରଶ୍ନ କରିଛନ୍ତି।