ବିଜେପିର ମିଶ୍ରଣ ପର୍ବ, ଦୁଲୁକିଲା ଚାନ୍ଦବାଲି 

ବିଜେପିର ମିଶ୍ରଣ ପର୍ବ, ଦୁଲୁକିଲା ଚାନ୍ଦବାଲି 

ତିହିଡ଼ି: ଭଦ୍ରକ ଜିଲ୍ଲା ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ମତୋ ବଜାରରେ ବିଜେପିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛିି । ଧାମରା ଅଞ୍ଚଳରୁ ଖୋଲା ଗାଡିରେ ହଜାର ହଜାର କର୍ମୀ ମିଳିତଭାବେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ବାଂଶଡା ଦେଇ ମତୋ ପର୍ଯ୍ୟନ୍ତ ଆସିଥିଲେ । ଗୋଟିଏ ଲକ୍ଷ୍ୟ ଏଥର ବିଜେପି ସରକାର ଗଢିବ ଆଉ ·ନ୍ଦବାଲିରେ ମନମୋହନ ସାମଲ ବୃହତ୍ ବ୍ୟବଧାନରେ ଜିତିବେ । ଦୁଇଦୁଇ ଥର ପରାଜୟର ବହ୍ନି କର୍ମୀମାନଙ୍କୁ ଘାଇଲା କରିଛି । ପ୍ରତିଶୋଧରେ କବଳିତ କର୍ମୀମାନେ ରାତିଦିନ ଏକକରି କାମ କରୁଛନ୍ତି । ଫଳ ସ୍ୱରୂପ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ନେଇ ଗଠନ କରାଯାଉଛି ନୂଆ ଗଠବନ୍ଧନ । ଯାହାଦ୍ୱାରା ଶାସକ ଦଳକୁ ପ୍ରତିହତ କରି ·ନ୍ଦବାଲିରେ ପଦ୍ମ ଫୁଟାଇବାର ଲକ୍ଷ୍ୟ ରଖିଛି ବିଜେପି । ଗୋଟିଏ ପରେ ଗୋଟିଏ ବିଜେଡି ଗଡକୁ ଭାଙ୍ଗିବାରେ ଲାଗିଛି ବିଜେପି । ଆରଡି, ନାନ୍ଦପୁର, ଘଟପୁର, ସୁନ୍ଦରପୁର, ମାଧପୁର, ବାରସର, ମତୋ, ·ନ୍ଦବାଲି ପୌରାଞ୍ଚଳ, ଜଳେଶ୍ୱରପୁର, ଖେରଙ୍କ, ବାଂଶଡା ଓ ଧାମରା ଆଦି ପଞ୍ଚାୟତରୁ ଦେଢ ହଜାରରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ଏହି ମହାମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ଧାମରାର ଦୁଇଦୁଇ ଥର ସରପଞ୍ଚ ତଥା ଏବର ସମିତି ସଭ୍ୟ ପ୍ରିୟବ୍ରତ ଜେନା, ଜଳେଶ୍ୱରପୁରର ପୂର୍ବତନ ସରପଞ୍ଚ ତଥା ଏବର ସମିତି ସଭ୍ୟ ଅଜୟ ଦାସ, ଧାମରା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ଜିଲା ଯୁବ ସମ୍ପାଦକ ଅତୁଲ କୁମାର ଜେନା, ଚାନ୍ଦବାଲି ପୌରାଞ୍ଚଳର ବିଜେଡି ଯୁବ ନେତା ସାଗର ସାହୁ ପ୍ରମୁଖ ସେମାନଙ୍କ ସମର୍ଥକମାନଙ୍କ ସହିତ ବିଜେପିରେ ସାମିଲ ହୋଇ ଦଳକୁ ବହୁତ୍ ମଜବୁତ୍ କରିଥିବା କୁହାଯାଉଛି । କମଳାକାନ୍ତ ସୂତାରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ମହାମିଶ୍ରଣ ପର୍ବରେ ମୁଖ୍ୟ ଅତିଥିବାବେ ରାଜ୍ୟ ସଭାପତି ତଥା ·ନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାର୍ଥିୀ ମନମୋହନ ସାମଲ, ଭଦ୍ରକ ସାଂସଦ ପ୍ରାର୍ଥି ଅଭିମନ୍ୟୁ ସେଠି, ଚଳଚିତ୍ର ଅଭିନେତା ତଥା କୋରେଇ ବିଧାୟକ ପ୍ରାର୍ଥି ଆକାଶ ଦାସ ନାୟକ ଓ ବରିଷ୍ଠ ନେତା ଅଜୟ ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ନବାଗତମାନଙ୍କୁ ସ୍ୱାଗତ କରିଥିଲେ ।