ରିଟେଲର ସଂଘର ଉପଦେଷ୍ଟା ନାରାୟଣଙ୍କ ପରଲୋକ
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବରିଷ୍ଠ ରିଟେଲର ତଥା ତିହିଡି ବ୍ଲକ ରିଟେଲର ସଂଘର ଉପଦେଷ୍ଟା ନାରାୟଣ ନାୟକଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ବିଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ଶ୍ରୀ ନାୟକ ଦୀର୍ଘ ବର୍ଷ ଧରି ସରକାରୀ ଯୋଗାଣ ସାମଗ୍ରୀକୁ ସୂଚାରୁ ରୁପେ ବଣ୍ଟନ କରି ଆସୁଥିଲେ । ତାଙ୍କର ବ୍ଲକ ଓ ପଞ୍ଚାୟତ ସ୍ତରରେ ବେଶ ସୁନାମ ରହିଛି । ତାଙ୍କ ବିୟୋଗରେ ତିହିଡି ବ୍ଲକ ରିଟେଲର ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ଶୋକ ପ୍ରକାଶ କରିଛନ୍ତି । ସଂଘର ସଦସ୍ୟମାନେ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ସଂଘ ସଭାପତି ରବିନ୍ଦ୍ର ମହାକୁଡ, ସମ୍ପାଦକ କୈଳାସ ବେହେରା, ଭାସ୍କର ପରିଡା, ଭାଗିରଥି ବେହେରା, ମୁରୁଲିଧର ମାଝୀ, ଲକ୍ଷ୍ମୀକାନ୍ତ ନାୟକ, ଶରତ କବି ଓ ଜିତେନ୍ଦ୍ର ବେହେରା, ବାସ୍ତବ ପଣ୍ଡା, ଚକ୍ରଧର ଲେଙ୍କା ଗୟାଧର ବାରିକ,ଶଶିକାନ୍ତ ରାଉତ,ପୂର୍ଣ୍ଣଚନ୍ଦ୍ର ଓଝା ବାବୁଲି ଭଞ୍ଜ, ସୁଦାମ ଦାସ, ସୁବ୍ରତ ନାୟକ, ସତ୍ୟାନନ୍ଦ ଧଳ, ସଞ୍ଜୟ ମଲ୍ଲିକ, ବାପୁଜୀ ରାଉତ, ବ୍ରହ୍ମାନନ୍ଦ ମହାପାତ୍ର, ସୁବାସ ଦାସ, ଅଜୟ କୁମାର ବ୍ରହ୍ମ, ବିଶ୍ୱନାଥ ପୃଷ୍ଟି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।