୧୨ରେ ବିଜେଡି ବିଧାୟକ ଦଳ ବୈଠକ

୧୨ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ଶଙ୍ଖ ଭବନରେ ସଂଧ୍ୟା ୫ଟାରେ ଏହି  ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ  । ସେପଟେ ଆଜି ଆରମ୍ଭ ହୋଇଛି ବିଜେଡି ସମନ୍ୱୟ କମିଟି ବୈଠକ । କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତା ଶଙ୍ଖ ଭବନରେ ବୈଠକ ଚାଲିଛି । ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ଆଲୋଚନା । ଏଥିସହ ଆଗକୁ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ନେଇ ବି ଖସଡ଼ା ପ୍ରସ୍ତୁତ ହେଉଛି।