ବାଲୁକା ଅଞ୍ଚଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ବାଲୁକା ଅଞ୍ଚଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଭଦ୍ରକ : ବାଲି ଉତ୍ତୋଳନ ପାଇଁ ସରକାରଙ୍କ ଠାରୁ ଅନୁମୋଦନ ମିଳିନଥିବା ବାଲି ଖାଦାନ ମାନଙ୍କରୁ ଅବୈଧ ଭାବେ ବାଲି ଉତ୍ତୋଳନ ରୋକିବା ପାଇଁ ବାଲୁକା ଅଞ୍ଚଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଖଣି ଓ ଇସ୍ପାତ ବିଭାଗ ଜରିଆରେ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଝୁଣ୍ଟୁଣା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଭଦ୍ରକ ଏସ୍.ପି ମାଡ଼କର ସନ୍ଦୀପ ସମ୍ପତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଉପନିଦେ୍ର୍ଦଶକ ଖଣି ଓ ଇସ୍ପାତ ସନ୍ତୋଷ କୁମାର ଦଳାଇ, ଭଣ୍ଡାରିପୋଖରୀ ତହସିଲଦାର ସରୋଜ କାନ୍ତ ନାୟକ, ଖଣି ଅଧିକାରୀ ଅନୀଲ କୁମାର ଦାସ, ଏମ୍.ଭି.ଆଇ. ବାମଦେବ ସାହୁ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଅବୈଧ ବାଲି ଉତ୍ତୋଳନ ବନ୍ଦ କରିବା ଦିଗରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ । ବାଲି ଉତ୍ତୋଳନ ପାଇଁ ସରକାରଙ୍କ ଠାରୁ ଅନୁମୋଦନ  ନ ମିଳିଥିବା ବାଲିଖାଦାନ ମାନଙ୍କରୁ ବାଲି ଉଠାଇବା ନାହିଁ କି କାହାକୁ ଉଠାଇବାକୁ ସୁଯୋଗ ଦେବା ନାହିଁ । ଏଥିପାଇଁ ଗ୍ରାମସ୍ତରୀୟ କମିଟି ଗଠନ କରାଯିବ । ଯେଉଁ କମିଟିରେ ବରିଷ୍ଠ ନାଗରିକ, ଯୁବକ, ସ୍ୱେଚ୍ଛାସେବୀ, ବାଲି କାରବାର ସହିତ ସଂପୃକ୍ତ ନଥିବା ନିର୍ବିବାଦୀୟ ବ୍ୟକ୍ତି ଆଦିମାନଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯିବ । କିଛିଦିନ ମଧ୍ୟରେ ସଂପୃକ୍ତ ବାଲି ଖାଦାନରୁ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିପାରେ । ମାତ୍ର ଅନୁମୋଦନ ପ୍ରାପ୍ତିପରେ ବି ଧାର୍ଯ୍ୟସୀମା ମଧ୍ୟରେ  ଓ ନିୟମାନୁଯାୟୀ ବାଲି ଉତ୍ତୋଳନ କରାଯାଉଛି କି ନାହିଁ ତାହା ତଦାରଖ କରିବା ମଧ୍ୟ କମିଟିର ଦାୟିତ୍ୱ ପରିସରଭୁକ୍ତ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କମିଟି ସହିତ ପ୍ରଶାସନ ସ୍ତରରେ ବେଆଇନ୍ ବାଲି ଉତ୍ତୋଳନ ରୋକିବା ଦିଗରେ ଆଲୋଚନା ଓ ବି·ର ବିମର୍ଷ କରାଯିବ । ଶାନ୍ତିଶୃଙ୍ଖଳାର ସହିତ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ ।