୧୫୦ ରନରେ ଇଂଲଣ୍ଡକୁ ହରାଇଲା ଭାରତ ଅଭିଷେକଙ୍କ ବିସ୍ଫୋରକ ଶତକ
ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ-ଆମେରିକା ୫ମ ଟି-୨୦ରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଇଂଲଣ୍ଡକୁ ୧୫୦ ରନ୍ର ବଡ଼ ବ୍ୟବଧାନରେ ହରାଇଦେଇଛି ଟିମ ଇଣ୍ଡିଆ । ଏହା ସହିତ ସିରିଜ୍କୁ ୪-୧ରେ କବଜା କରିଛି ଭାରତ । ଭାରତ ଦ୍ୱାରା ରଖାଯାଇଥିବା ୨୪୮ ରନର ଲକ୍ଷ୍ୟ ପିଛା କରିବାକୁ ଯାଇ ଇଂଲଣ୍ଡ ୧୦.୩ ଓଭରରେ ମାତ୍ର ୯୭ ରନ୍ରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ୩ଟି ୱିକେଟ ନେଇଥିବାବେଳେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚ୍ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିଲେ ବି ସଂଜୁ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଅନ୍ୟପଟେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ମାତ୍ର ୩୭ ବଲରେ ଶତକ ଅର୍ଜନ କରିଥିଲେ । ସେ ମୋଟ ୧୩୫ ରନ କରିଥିଲେ । ସେହିପରି ଶିବମ ଦୁବେ ୩୦ ରନ କରିଥିଲେ । କିନ୍ତୁ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସ ୩ଟି ୱିକେଟ ନେଇଥିବାବେଳେ ମାର୍କ ଉଡ୍ ୨ଟି ୱିକେଟ ନେଇଥିଲେ ।