ପଦ୍ମଲୋଚନ ସଭାପତି, ପ୍ରଦୀପ ସାଧାରଣ ସଂପାଦକ
ହାଇଭୋଲଟେଜ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସାଧାରଣ ନିର୍ବାଚନ ଶେଷ ହୋଇଥିବାବେଳେ ଗୁରୁତ୍ୱପୂର୍ଣ୍ଣ ସଭାପତି ପଦବୀ ପାଇଁ ପଦ୍ମଲୋଚନ ସାହୁ ବିଜୟୀ ହୋଇଛନ୍ତି । ସେହିପରି ସାଧାରଣ ସଂପାଦକ ଭାବରେ ପ୍ରଦୀପ କୁମାର ବାରିକ ନିର୍ବାଚିତ ହୋଇଛନ୍ତି । ଦୁଇଜଣ ଉପସଭାପତି ଭାବେ କେନ୍ଦୁଝରରୁ ନିଶିଥ ରଞ୍ଜନ ପଟ୍ଟନାୟକ ଓ ଆନନ୍ଦପୁରରୁ ଦେବଦତ୍ତ ନାୟକ ନିର୍ବାଚିତ ହୋଇଥିବାବେଳେ କୋଷାଧ୍ୟକ୍ଷ ପଦବୀ ପାଇଁ ରୁଦ୍ରନାରାୟଣ ମିଶ୍ର ପୁନର୍ବାର ନିର୍ବାଚିତ ହୋଇଛନ୍ତି । ଦୁଇଗୋଟି ଯୁଗ୍ମ ସଂପାଦକ ପଦବୀ ପାଇଁ ଅୟସକାନ୍ତ ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟଗଣତି ଚାଲିଥିବାବେଳେ ଫଳାଫଳ ଜାଣିବା ପାଇଁ ପାର୍କଲାଇନସ୍ଥିତ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ସମ୍ମୁଖରେ ଶହ ଶହ ଟ୍ରକ ମାଲିକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବାବେଳେ ମିଳିଥିବା ରିପୋର୍ଟ ଅନୁଯାୟୀ ସଭାପତି ପ୍ରାର୍ଥୀ ପଦ୍ମଲୋଚନ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାମଚନ୍ଦ୍ର ଭୁୟାଁଙ୍କୁ ୬୨୪ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି । ସାଧାରଣ ସଂପାଦକ ପଦବୀ ପାଇଁ ପ୍ରଦୀପ କୁମାର ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୂର୍ଯ୍ୟନାରାୟଣ କରଙ୍କୁ ୬୭୫ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ସଭାପତି ଭାବେ ନିର୍ବାଚିତ ହୋଇଥିବା ପଦ୍ମଲୋଚନ ସାହୁ କେନ୍ଦୁଝର ଜୋନରୁ ୭୬୯, ଘସିପୁରା ଜୋନରୁ ୫୧୪, ରାମଚନ୍ଦ୍ରପୁର ଜୋନରୁ ୨୮୧, ହାଟଡିହି ଜୋନରୁ ୧୬୭, ଚମ୍ପୁଆ ଜୋନରୁ ୨୧୬, ଘଟଗାଁ ଜୋନରୁ ୧୪୯ ଓ ଢ଼େଙ୍କିକୋଟ ଜୋନରୁ ୧୫୫ଖଣ୍ଡ ଭୋଟକୁ ମିଶାଇ ମୋଟ ୨୨୫୧ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାମଚନ୍ଦ୍ର ଭୁୟାଁ କେନ୍ଦୁଝର ଜୋନରୁ ୮୨୫, ଘସିପୁରା ଜୋନରୁ ୧୯୭,ରାମଚନ୍ଦ୍ରପୁର ଜୋନରୁ ୧୫୯,ହାଟଡିହି ଜୋନରୁ ୭୦,ଚମ୍ପୁଆ ଜୋନରୁ ୧୪୮,ଘଟଗାଁ ଜୋନରୁ ୧୦୯ ଓ ଢ଼େଙ୍କିକୋଟ ଜୋନରୁ ୧୧୯ଖଣ୍ଡ ଭୋଟକୁ ମିଶାଇ ମୋଟ ୧୬୨୭ଖଣ୍ଡ ଭୋଟ ପାଇଥିଲେ । ଏହି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବ୍ରଜବିହାରୀ ଜେନା ମୋଟ ୩୯୯ଖଣ୍ଡ ଭୋଟ ପାଇବା ସହିତ ୨୬୨ଖଣ୍ଡ ଭୋଟ ନାକଚ ହୋଇଛି ।
ସେହିପରି ସାଧାରଣ ସଂପାଦକ ପଦବୀ ପାଇଁ ବିଜୟୀ ପ୍ରାର୍ଥୀ ପ୍ରଦୀପ କୁମାର ବାରିକ କେନ୍ଦୁଝର ଜୋନରୁ ୧୦୭୮,ଘସିପୁରା ଜୋନରୁ ୪୮୮,ରାମଚନ୍ଦ୍ରପୁର ଜୋନରୁ ୨୫୨,ହାଟଡିହି ଜୋନରୁ ୧୫୯,ଚମ୍ପୁଆ ଜୋନରୁ ୨୦୦,ଘଟଗାଁ ଜୋନରୁ ୧୬୫,ଢ଼େଙ୍କିକୋଟ ଜୋନରୁ ୧୮୯ଟି ଭୋଟକୁ ମିଶାଇ ୨୫୨୬ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୂର୍ଯ୍ୟନାରାୟଣ କର କେନ୍ଦୁଝର ଜୋନରୁ ୭୯୯,ଘସିପୁରା ଜୋନରୁ ୩୦୩,ରାମଚନ୍ଦ୍ରପୁର ଜୋନରୁ ୨୨୪,ହାଟଡିହି ଜୋନରୁ ୯୬,ଚମ୍ପୁଆ ଜୋନରୁ ୧୮୦,ଘଟଗାଁ ଜୋନରୁ ୧୨୫ ଓ ଢ଼େଙ୍କିକୋଟ ଜୋନରୁ ୧୨୪ଟି ଭୋଟକୁ ମିଶାଇ ମୋଟ ୧୮୫୧ଖଣ୍ଡ ଭୋଟ ପାଇଥିଲେ । ଏହି ପଦବୀ ପାଇଁ ୧୦୯ ଖଣ୍ଡ ଭୋଟ ନାକଚ ହୋଇଛି । ଅପରପକ୍ଷରେ ଆନନ୍ଦପୁର ଅଞ୍ଚଳର ଉପସଭାପତି ଭାବରେ ଦେବଦତ୍ତ ନାୟକ ୯୧୪ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଜୟନ୍ତ କୁମାର ସାହୁ ୭୩୦ଖଣ୍ଡ ଭୋଟ ପାଇଥିଲେ । ଏହି ପଦ ପାଇଁ ସର୍ବାଧିକ ୬୨୦ େଭୋଟ ନାକଚ ହୋଇଛି । କେନ୍ଦୁଝର ଜୋନ ଉପସଭାପତି ଭାବେ ନିଶିଥ ରଞ୍ଜନ ପଟ୍ଟନାୟକ ୧୪୫୨ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଦିଲ୍ଲୀପ କୁମାର ପଣ୍ଡା ୧୨୯୩ଖଣ୍ଡ ଭୋଟ ପାଇଥିଲେ । କୋଷାଧ୍ୟକ୍ଷ ପଦବୀ ପାଇଁ ରୁଦ୍ରନାରାୟଣ ମିଶ୍ର ୧୨୪୪ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶିବପ୍ରସାଦ ସାହୁ ୧୧୦୨ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସଂପାଦକ ଭାବେ ଅୟସକାନ୍ତ ପଟ୍ଟନାୟକ ୧୯୦୭ଭୋଟ, ଦେବାଶିଷ ପଟ୍ଟନାୟକ ୧୪୨୩ଖଣ୍ଡ ଭୋଟ,ଅରୁଣ କୁମାର ମହାନ୍ତ ୧୨୪୫,ସଞ୍ଜୟ ସିଂହ ୫୬୬,ପ୍ରଦୀପ କୁମାର ସାହୁ ୫୧୮ଭୋଟ ଓ ପ୍ରଦୀପ ସାମନ୍ତ ୧୦୬ଖଣ୍ଡ ଭୋଟ ପାଇଥିବାବେଳେ ଅୟସକାନ୍ତ ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ କେନ୍ଦୁଝର ଜୋନରୁ ସୁନୀଲ କୁମାର ବାରିକ, ଦେବପ୍ରସାଦ ପୃଷ୍ଟି, ବିଜୟ କୁମାର ବାରିକ,ତପନ କୁମାର ବାରିକ ଓ ସୁଶାନ୍ତ ଗିରି,ଢ଼େଙ୍କିକୋଟ ଜୋନରେ ଉତ୍ତମ କୁମାର ଖଟୁଆ,ଘଟଗାଁ ଜୋନରେ ଦିଲ୍ଲୀପ କୁମାର ବଳ,ଚମ୍ପୁଆ ଜୋନରେ ବିଭୁ ରଞ୍ଜନ ପଲେଇ, ହାଟଡିହି ଜୋନରେ ରବୀନ୍ଦ୍ର କୁମାର ପୁହାଣ, ଘଷିପୁରା ଜୋନରେ ବିକାଶ କୁମାର ଜେନା, ପ୍ରତାପ ଚନ୍ଦ୍ର ସାହୁ, ଅନିରୁଦ୍ଧ ସାହୁ, ମନୋରଞ୍ଜନ ସାହୁ, କୁଳମଣି ସାହୁ, ରାମଚନ୍ଦ୍ରପୁର ଜୋନରେ ସୁବ୍ରତ କୁଅଁର ନିର୍ବାଚିତ ହୋଇଛନ୍ତି ।