କେନ୍ଦୁଝର ନିର୍ବାଚନ ଫଳାଫଳ
କେନ୍ଦୁଝର, : କେନ୍ଦୁଝର ଜିଲାରେ ଥିବା ୬ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୩ ଟି ଆସନରେ ବିଜେଡି ପ୍ରାର୍ଥର୍ର୍ର୍ୀମାନେ ବିଜୟ ହାସଲ କରିଥିବାବେଳେ ୩ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କେନ୍ଦୁଝର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅନନ୍ତ ଚରଣ ନାୟକ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ଚରଣ ନାୟକ ୫୭୩୯୨୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁ ୪୭୬୮୮୧ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ଚରଣ ନାୟକ ୯୭୦୪୨ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଧନୁର୍ଜୟ ସିଦ୍ଦୁଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସର ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ୧୦୫୨୭୮ ଖଣ୍ଡ ଭୋଟ ପାଇଛନ୍ତି । ଘସିପୁରା ବିଧାନସଭା ଆସନରେ ବିଜେଡିରୁ ପୂର୍ବତନ ମନ୍ତ୍ରୀ ବଦି୍ରନାରାୟଣ ପାତ୍ର ଏବଂ ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏଥିରେ ବଦି୍ରନାରାୟଣ ପାତ୍ର ୧୩୮୧୧ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାଏକଙ୍କୁ ପରାସ୍ତ କରିଛନ୍ତି । ଆନନ୍ଦପୁର ବିଧାନସଭା ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅଭିମନୁ୍ୟ ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୯୬୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତେଲକୋଇ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଡାକ୍ତର ଫକୀର ମୋହନ ନାଏକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯୪୩୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ପାଟଣା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଅଖିଳ ଚନ୍ଦ୍ର ନାଏକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କୁ ୩୭୯୭୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ ୧୧୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥିନୀ ମୀନା ମାଝୀଙ୍କୁ ପରାଜିତ କରି ବିଜୟ ଲାଭ କରିଛନ୍ତି । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କୁ ୩୯୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
କେନ୍ଦୁଝର ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟିର ଅନନ୍ତ ନାୟକ ୫୭୩୯୨୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜୁ ଜନତା ଦଳ ର ଧନୁର୍ଜୟ ସିଦ୍ଦୁ ୪୭୬୮୮୧ ଖଣ୍ଡ ଭୋଟ,ଜାତୀୟ କଂଗ୍ରେସ ର ବିନୋଦ ବିହାରୀ ନାଏକ ୧୦୫୨୭୮ ଖଣ୍ଡ ଭୋଟ,ସ୍ୱାଧନ ପ୍ରାର୍ଥୀ ଜନ୍ ମିରାନ ମୁଣ୍ଡା ୩୧୭୩୬ ଭୋଟ,ମାନସ ଲୋକଶକ୍ତି ଦଳ ର ସାହେବ ଜୁଆଙ୍ଗ ୧୧୦୪୩ ଭୋଟ, ସ୍ୱାଧିନ ସୁଶାନ୍ତ କୁମାର ନାଏକ ୯୦୪୪ ଭୋଟ, ସ୍ୱାଧିନ ପ୍ରାର୍ଥୀ ଲମ୍ବୋଦର ନାଏକ ୬୭୭୮ ଭୋଟ,ଏସ୍ୟୁସିଆଇ (କମୁ୍ୟନିଷ୍ଟ) ର ହରିହର ମୁଣ୍ଡା ୬୫୭୪ ଭୋଟ,ସ୍ୱାଧିନ ପ୍ରାର୍ଥୀ ରଘୁମଣି ନାଏକ ୪୫୫୬ ଭୋଟ,ବହୁଜନ ସମାଜ ପାର୍ଟି ର ରାମ ପ୍ରସାଦ ହେମ୍ବ୍ରମ ୩୮୯୫ ଭୋଟ,ଅଜସୁ ପାର୍ଟି ର ପୀତବାସ ନାଏକ ୨୧୪୪ ଖଣ୍ଡ ଭୋଟ ଓ ନୋଟାକୁ ୨୪୭୬୩ ଖଣ୍ଡ ଭୋଟ ଯାଇଛି ।