ଜବର ଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ

ାା ପ୍ରଭାନୁ୍ରଜ୍ ।ା ରାଜକନିକା: ରାଜକନିକା ବ୍ଲକର ମୁଖ୍ୟ ବାଣିଜି୍ୟକ କେନ୍ଦ୍ର ଓଳାଭର ବଜାର ମଧ୍ୟ ଭାଗସହ ତଟ ବନ୍ଧ ବିଭାଗ ଗଞ୍ଜାଠାରୁ ସାତଘରିଆ ରାସ୍ତା ବିଶେଷ କରି ସାତଘରିଆ ଗାଁ ପାଖରୁ ଓଳାଭର ତାରିଣୀ ଛକ ଏବଂ ଓଳାଭର ପୋଷ୍ଟ ଅଫିସ ତଥା କଲେଜ କ୍ୟାଣ୍ଟିନ ପର୍ଯ୍ୟନ୍ତ ସରକାରୀ ଜାଗାକୁ ଦୀର୍ଘଦିନ ହେବ ଅବରୋଧ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ପୂର୍ବ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମୟରେ ଏହି ସ୍ଥାନ ମାପ କରାଯାଇ ଚିହ୍ନଟ ହୋଇଥିଲା; କିନ୍ତୁ କିଛି ବ୍ୟବସାୟୀ ମାପର ଚିହ୍ନ ଲିଭାଇ ଦେଇଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି ଏହି ଜବର ଦାଖଲ ପାଇଁ ଗାଁକୁ ଯାଉଥିବା ସରକାରୀ ବସ୍ ଯା’ ଆସ କରିପାରୁନାହାନ୍ତି ଓ ବହୁସମୟରେ ଦୁର୍ଘଟଣା ଘଟୁଛି  । ସେହିପରି କଲେଜ ରୋଡ ମଧ୍ୟ ଜବର ଦଖଲ ରହିଥିବାରୁ ସମସ୍ୟା ଦେଖା ଦେଉଛି  । ଏହି ଘଟଣାକୁ ନେଇ ଗତ ୬ ନଭେମ୍ବର ତାରିଖରେ ସ୍ଥାନୀୟ ଲୋକେ ଏବଂ ବଣିକ ସଂଘ ସମ୍ପାଦକ ଓ ଓଳାଭର ଯୁବକ ସଂଘ ସମ୍ପାଦକଙ୍କ ସହ ଆଖପାଖ ପଞ୍ଚାୟତ ପ୍ରତିନିଧି ସ୍ଥାନୀୟ ତହସିଲଦାରଙ୍କ ସହ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ଗତ ୧୦ ନଭେମ୍ବର ତାରିଖରେ ଚିଠି ନମ୍ବର ୩୪୧୪ରେ କନିକା ତହସିଲଦାରଙ୍କୁ ଜବରଦଖଲ ମୁକ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଗତ ଗୁରୁବାର ଦିନ ନହୁଣି ରାଜସ୍ୱ ନୀରିକ୍ଷକ ଓଳାଭର ବଜାରରେ ଜବରଦଖଲ କରିଥିବା ଘର ମାଲିକଙ୍କ ଚିଠା ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା  । ଫଳରେ ସାଧାରଣ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଦେବା ସହ ପ୍ରସିଦ୍ଧ ଓଳାଭର କାଳୀପୂଜା ଉସôବ ପୂର୍ବରୁ ଏହି ପ୍ରମୁଖ ସମସ୍ୟା ସମାଧାନ ପାଇଁ ନଳିନୀ ପୃଷ୍ଟି, ନହୁଷ ନାୟକ, ଆଦିକନ୍ଦ ଦାସ ବରିଷ୍ଠ ସମାଜସେବୀ କୈଳାସ ବେହୁରା, ପ୍ରଫୁଲ୍ଲ ପୃଷ୍ଟି, ଉତ୍ତମ ସେନାପତି, ଅଜୟ ମହଲା, ନେତ୍ରାନନ୍ଦ ସାହୁ, ଦୋଳଗୋବିନ୍ଦ ପାତ୍ର, ପ୍ରଭାତ ପୃଷ୍ଟି ଜିଲ୍ଲାପାଳଙ୍କୁ ଗଣମାଧ୍ୟମ ମାଧ୍ୟ୍ୟମରେ ନିବେଦନ କରିଥିବା ଜଣାଯାଇଛି  ।