ହଟିବ ବେଆଇନ ଜବରଦଖଲ
କେନ୍ଦୁଝର, : ଜାତୀୟ ରାଜପଥ ପାଶ୍ୱର୍ରୁ ବେଆଇନ ଜବରଦଖଲ ହଟାଇବା ପାଇଁ ମୁଖ୍ୟ ଶାସନ ସଚିବ ପତ୍ରସଂଖ୍ୟା ୬୧୯୦ ରେ ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦, ଜାତୀୟ ରାଜପଥ-୪୯ ଏବଂ ଜାତୀୟ ରାଜପଥ ୫୨୦ରେ ଜାତୀୟ ରାଜପଥ ପାଶ୍ୱର୍ରେ ବେଆଇନ ଜବରଦଖଲ ଯୋଗୁଁ ଦୁର୍ଘଟଣା ଘଟିବା ସହ ଗାଡି ଚଳାଚଳରେ ସମସ୍ୟା ଦେଖାଦେଉଛି । ଜାତୀୟ ରାଜପଥ(ଲ୍ୟାଣ୍ଡ ଏଣ୍ଡ ଟ୍ରାଫିକ) ଆକ୍ଟ ୨୦୦୨ ନିୟମ ଅନୁସାରେ ବେଆଇନ ଜବରଦଖଲ ଅଂଚଳକୁ ଉଚ୍ଛେଦ କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ରୋଡ ସେଫଟି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୨୦ର ପାଣିକୋଇଲି-ରିମୁଳି,ଜାତୀୟ ରାଜପଥ ୪୯ର ଜଗମୋହନପୁର ଠାରୁ ତୁରୁମୁଙ୍ଗା ଏବଂ ଜାତୀୟ ରାଜପଥ ୫୨୦ର ରିମୁଳି ଠାରୁ ଗୁଆଲି ଜାତୀୟ ରାଜପଥ କଡରେ ବେଆଇନ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଜାତୀୟ ରାଜପଥ ପାଶ୍ୱର୍ରେ ହୋଟେଲ, ଟାୟାର ଦୋକାନ, ଢାବା, ପାନ ଦୋକାନ ଆଦି ଶହ ଶହ ସଂଖ୍ୟାରେ ଖୋଲିଛି । ରାଜପଥକୁ ଲାଗି ଏହି ଦୋକାନ ଥିବାରୁ ଏହି ଦୋକାନକୁ ଆସୁଥିବା ଗାଡି ରାସ୍ତା ପାଶ୍ୱର୍ରେ ଛିଡା କରି ଚାଳକ ଘଂଟା ଘଂଟା ରହିଥାନ୍ତି । ଫଳରେ ଏହି କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଜାତୀୟ ରାଜପଥ ପାଶ୍ୱର୍ରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟର ନିଦେ୍ର୍ଦଶ ଥିଲେ ଏହାର ସଠିକ୍ ଅନୁପାଳନ ହେଉନାହିଁ । ଫଳରେ ରାଜପଥ ପାଶ୍ୱର୍ରେ ଜବରଦଖଲ ବଢୁଛି ।