ସରକାରୀ ଗାଡିର ଦୁରୁପଯୋଗ କଲେ ରେଞ୍ଜର 


 ।ା ପ୍ରଭାନୁ୍ୟଜ୍ାା କେନ୍ଦୁଝର : କେନ୍ଦୁଝର ଏସିଏଫ୍ ଅଶୋକ କୁମାର ଦାସଙ୍କ ଗାଡି ନେଇ ଯାଇଥିବା ଜଣେ ତଳିଆ କର୍ମଚାରୀ ସଦର ରେଞ୍ଜ ନରଣପୁର ସେକ୍ସନ ସହରପଶି ଗ୍ରାମରେ ଗ୍ରାମବାସୀଙ୍କ ସହ ବଚସା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଗଣେଷ ପୂଜା ଦିନ ସନ୍ଧ୍ୟା ସମୟରେ ଘଟିଛି । ଉକ୍ତ କର୍ମଚାରୀ ଜଣେ ଯୁବତୀଙ୍କ ସହ ସରକାରୀ ବଲେରୋ ଗାଡି ଓଡି ୦୯ ଏଚ୍ ୨୫୩୮ ରେ ଯାଇଥିବାବେଳେ ଗ୍ରାମରେ ପୂଜା ଭୋଗ ହଣ୍ଡାକୁ ଗାଡି ଧକ୍କା ଦେଇ ପଳାଇଥିଲେ । ପରେ ଫେରିବା ବାଟରେ ଗ୍ରାମବାସୀ ତାଙ୍କୁ ଅଟକାଇ ଥିଲେ । ଏହାପରେ ସେମାନଙ୍କ ଭିତରେ ବଚସା ହୋଇଥିଲା । ପରେ ଆପୋଷ ବୁଝାମଣା କରି ଗୋଡ ହାତ ଧରି କର୍ମଚାରୀ ଖସି ଆସିଥିଲେ । ତେବେ ସରକାରୀ ଗାଡିରେ କାହା ଅନୁମତିରେ ଜଣେ ସ୍କାର୍ଡ କର୍ମଚାରୀ ଉକ୍ତ ଅଞ୍ଚଳକୁ ଯାଇଥିଲେ ତାହାକୁ ନେଇ ତନାଘନା ଚାଲିଛି । ଏହାକୁ ନେଇ ବନ ବିଭାଗରେ ପ୍ରମୁଖ ଆଲୋଚ୍ୟର ବିଷୟ ହୋଇଛି । ଏ ନେଇ ଏସିଏଫ୍ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଘଟଣାର ଯାଞ୍ଚ କରାଯିବ ବୋଲି କହିଥିଲେ ।