ବିଲରେ ପାଚିଲା ଧାନ ଭିଜିଲା: ଅଦିନିଆ ବର୍ଷା ,ଚାଷୀଙ୍କ ସ୍ଥିତି ବେହାଲ

ଅଦିନିଆ ବର୍ଷା ଫଳରେ ବାଙ୍କୀର ପରିବା ଚାଷୀଙ୍କ ସ୍ଥିତି ବେହାଲ ହୋଇଯାଇଛି । ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ପାଣିରେ ଭାସୁଛି । ବାଙ୍କୀ ବ୍ଲକର ନୂଆଗାଁ, କମଳପୁର, ବରହମପୁରା, ବୈଦେଶ୍ଵର, ଆଦି ଅଞ୍ଚଳର ଶହ ଶହ ଚାଷୀ ମାନଙ୍କର ଧାନ ଓ ପରିବା ଫସଲ ପାଣିରେ ପଡି ନଷ୍ଟ ହୋଇଯାଇଛି । ଜହ୍ନି, ଭେଣ୍ଡି, ପୋଟଳ, କଲରା, କଖାରୁ ଓ କୋବି ଭଳି ଫସଲ ପାଣିରେ ପଚିସଢ଼ି ନଷ୍ଟ ହେବାକୁ ବସିଲାଣି । ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚିନ୍ତାରେ ଏବେ ଚାଷୀକୁଳ ।