ଆରମ୍ଭ ହେଲା ଜିଏସ୍‌ଟି କାଉନ୍‌ସିଲ୍ ବୈଠକ :ଇଲେକ୍ଟ୍ରିକ୍ ଯାନ ମହଙ୍ଗା

ଆରମ୍ଭ ହେଲା ଜିଏସ୍‌ଟି କାଉନ୍‌ସିଲ୍ ବୈଠକ :ଇଲେକ୍ଟ୍ରିକ୍ ଯାନ ମହଙ୍ଗା

ଆରମ୍ଭ  ହେଲା ଜିଏସ୍‌ଟି କାଉନ୍‌ସିଲ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହୋଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ବୈଠକରେ ସ୍ବିଗି ଓ ଜମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟ୍‌ଫର୍ମ ଗୁଡ଼ିକ ପାଇଁ ଜିଏସ୍‌ଟି ହାର କମାଯାଇପାରେ । 

ଏହା ହେଲେ ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ଶସ୍ତା ହୋଇପାରେ । ସେହିପରି ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍‌ଟି ହାର ବଢାଯାଇପାରେ । ବୈଠକରେ ଜୀବନ ଏବଂ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଟିକସ ହ୍ରାସ ନେଇ ଆଲୋଚନା ହୋଇପାରେ। ଲକ୍‌ଜ୍ୟୁରୀ ହାତଘଣ୍ଟା, ଫୁଟ୍‌ୱେର, ପୋଷାକ ଉପରେ ଟିକସ ବୃଦ୍ଧି ନେଇ ବିଚାର କରାଯିବା ସମ୍ଭାବନା ରହିଛି ।