ବିସ୍ଫୋରକ ସହିତ ଜଣେ ସକ୍ରିୟ ମାଓବାଦୀ ଗିରଫ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଦମନ ଅଭିଯାନ ବେଳେ ସୁରକ୍ଷା ବାହିନୀ ଏନକେସି ଦ୍ୱାରା ଜଣେ ମାଓବାଦୀ ଗିରଫ ହୋଇଛି । ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ପୋଲାମପାଲି ଥାନା ଅଧୀନରେ ଥିବା ପୋଲାମପାଲି ନିକଟରେ ଯବାନ ଓ ପୁଲିସ ପକ୍ଷରୁ ତଲାସି ଅଭିଯାନ କରଯାଇଥିଲା । ଏହି ସମୟରେ ସେହି ରାସ୍ତାରେ ଥିବା ଏକ ପୋଲ ତଳେ ଜଣେ ବ୍ୟକ୍ତି ଲୁଚି ରହିଥିବା ଦେଖି ସନେ୍ଧହ କରି ଯବାନମାନେ ତାଙ୍କୁ କାବୁ କରିଥିଲେ । ପଚରା ଉଚରା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମାଓବାଦୀ ବୋଲି ସ୍ୱୀକାର କରିଥିବା ବେଳେ ଗୋଟିଏ ୫ କିଲୋଗ୍ରାମ ଓଜନର ଆଇଇଡି ବୋମା ପୋଲ୍ସ ତଳେ ଖଞ୍ଜିଥିବା ପ୍ରକାଶ କରିଥିଲା । ଯବାନମାନେ ତୁରନ୍ତ ଉକ୍ତ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିବା ସହ ଉକ୍ତ ମାଓବାଦୀକୁ ଗିରଫ କରିଥିଲେ । ଗିରଫ ମାଓବାଦୀର ନାମ ମାଡକମ୍ ସୁକ୍କା ହୋଇଥିବା ବେଳେ ତ ନିକଟରୁ ୨ଟି ଇଲେକ୍ଟ୍ରିକ୍ ଡେଟୋନେଟର୍, ଜିଲାଟିନ୍ ରଡ୍, କର୍ଡେକ୍ସ ତାର ଆଦି ଜବତ କରିଥିଲେ । ତେବେ ଏହାପରେ ଯବାନମାନେ ସମ୍ପୃକ୍ତ ମାଓବାଦୀକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।