ଛତ୍ରପୁର ପ୍ରେସ୍ କ୍ଳବର ବାର୍ଷିକ ଉସବ :ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ: ବାଚସ୍ପତି
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦରମହାକୁମା ପ୍ରେସ କ୍ଳବର ବାର୍ଷିକ ଉସôବ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ସଭାପତି ରବୀନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହିତ ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଏଭଳି ଭବ୍ୟ କାର୍ଯ୍ୟକ୍ରମକୁ ଅଭିନନ୍ଦନ ଜଣାଇବା ସହିତ ଛତ୍ରପୁର ପ୍ରେସ୍ କ୍ଳବ ଆଜି ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କୁ ଏକ କରିଛି ବୋଲି କହିଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ମହିଳା ସାମ୍ବାଦିକ ସୁଜାତା ସାବତ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି କହିଥିଲେ । ଏହି ଅବସରରେ ଶିକ୍ଷାବିତ ତଥା ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷାକ ସସ୍ମିତା ମହାପାତ୍ର, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସମାପ୍ତି ପଟ୍ଟନାୟକ, କମଳ ପଣ୍ଡା ଓଶିକ୍ଷାବିତ ସୁଧୀର କୁମାର ସାହୁଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ପୂର୍ବରୁ ବାର୍ଷିକ ଉସôବ ପାଳନ ଅବସରରେ ଛାତ୍ରଛାତ୍ରୀ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା, ମହିଳାଙ୍କ ମଧ୍ୟରେ ହୋଇଥିବା ଝୋଟି ପ୍ରତିଯୋଗିତା ଏବଂ ବରିଷ୍ଟ ନାଗରିକ ମଧ୍ୟରେ ହୋଇଥିବା ପାଦ ଚଲା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଛତ୍ରପୁରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୁଗ୍ଧ କରିଥିଲେ । ପ୍ରେସ କ୍ଳବ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ପ୍ରେସ କ୍ଳବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ ।