ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସବ 

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର କୋଇଲିପାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନ ରେ ବାର୍ଷିକ ଉସôବ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଉକ୍ତ ଉସôବ ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଅସୀତ୍ ମିସ୍ତ୍ରୀ, ମୁଖ୍ୟବକ୍ତା ରନôାକର ଦାଶ, ସମ୍ମାନୀତ ଅତିଥି କୋରୁକୋଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ପଦ୍ମା ମାଡକାମୀ, ଏ ।ବି ।ଇ ।ଓ ମାଡ଼ା ମାଡକାମୀ, ସାମ୍ବାଦିକ କାମରାଜ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବୁଦ୍ରା ଗୌଡ଼ ମଞ୍ଚାସୀନ ଥିଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ, ଦୀପ, ଧୂପ ଓ ନାରିକେଳ ଅର୍ପଣ କରାଯାଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଗନ୍ନାଥ ବନ୍ଦନା ଆବୃତ୍ତି କରାଯାଇଥିଲା । ଏହାପରେ ମଞ୍ଚାସୀନ ଅତିଥିମାନେ ଶିକ୍ଷାର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିସ୍ତ୍ରୀ ବିଦ୍ୟା ମଣିଷକୁ ଅନ୍ଧକାରରୁ ଆଲୋକ ଆଡ଼କୁ ନିଏ ଏବଂ ଦାସତ୍ୱରୁ ମୁକ୍ତି କରି ସ୍ୱାଧୀନ ମାନବରେ ପରିଣତ  କରେ ତେଣୁ ପିଲାମାନେ ପ୍ରତିଦିନ ବିଦ୍ୟାଳୟ କୁ ଆସି ପାଠ ପଢ଼ ବୋଲି କହିଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ପ୍ରାଚୀର ପତ୍ର ଉନ୍ମୋଚନ କରାଯାଇ ଥିଲା । କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟଅତିଥି ଙ୍କ ଦ୍ୱାରା ଗୋପବନ୍ଧୁ ପାଠାଗାର ଉଦ୍ଘାଟନ କରାଯାଇ ଥିଲା । ଶେଷରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟ ବିକାଶରେ ଯୋଗଦାନ କରୁଥିବା ୧୦ ଜଣ ମହିଳାଙ୍କୁ ଉପଢ଼?କନ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଟକ ଓ ନାଚ ଗୀତ ମଞ୍ଚସ୍ତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟତ୍ରୀ ଦିପ୍ତୀ ଭୋଇ ଓ ରାଜେଶ୍ୱରୀ ଆଲତିଆ କରିଥିବା ବେଳେ ଶିକ୍ଷକ ସୁଶୀଲ ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।