ହିମନ୍ତ ବିଶ୍ୱ ଶର୍ମାଙ୍କ ମାରାଥନ ପ୍ରଚାର
ମାଲକାନଗିରି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମାଲକାନଗିରିରେ ମାରାଥନ ପ୍ର·ର କରି ବିଜେପି ଦଳ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ମାଲକାନଗିରି ନିର୍ବାଚନ ମଣ୍ଡଳୀର ଏମପିଭି-୮୨ ଠାରେ ବିଜେପିର ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ରାଜ୍ୟ ସରକାର ବଙ୍ଗୀୟ ଭାଇଭଉଣୀମାନଙ୍କ ପାଇଁ ୨୫ ବର୍ଷ ରେ କିଛି କରିପାରିଲେ ନାହିଁ । ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ବଙ୍ଗାଳି ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ବଙ୍ଗୀୟ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ । ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ·ରି କୋଟି ଲୋକଙ୍କୁ ପାଇଁ କିଛି କରିନାହାନ୍ତି । ସେ କେବଳ ପାଣ୍ଡିଆନ ପାଇଁ ସବୁ କରିଛନ୍ତି ବୋଲି କହିଥିଲେ । ପୁଣି ଏହା କିପରି କଥା ଯେ ବଙ୍ଗୀୟ ଗ୍ରାମଗୁଡିକ ଏମଭି ଓ ଏମପିଭି ସହ ନମ୍ବର ଦିଆଯାଇଛି । ନମ୍ବର କଏଦୀମାନଙ୍କୁ ଦିଆଯାଏ । ଏମାନେ କଣ କଏଦୀ କି ବୋଲି ପ୍ରଶ୍ନ କରିଥିଲେ । ପରେ ସେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ମଧ୍ୟ ଭୋଟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୋଟିଏ ଜାଗାରେ ବଙ୍ଗୀୟ ଭୋଟରଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଏକ ସ୍ଥାନରେ ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିଥିଲେ । ଏହି ଦୁଇ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ, ବଳଭଦ୍ର ମାଝି, ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ, ସଞ୍ଜୟ ସରକାର, ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଚିତ୍ରକୋଣ୍ଡା ବିଧାନସଭା ଆସନ ପ୍ରାର୍ଥୀ ଡମ୍ବରୁ ସୀସାଙ୍କ ପାଇଁ ମାଥିଲିଠାରେ ମଧ୍ୟ ଆୟୋଜିତ ସାଧରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରି ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ ।