ସମବାୟ ସମିତିରେ ୟୁରିଆ ଅଭାବ


 ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ୧୦ଗୋଟି ସମବାୟ ସମିତିରେ ଏବେ ୟୁରିଆ ସାରର ଅଭାବ ଦେଖା ଦେଇଛି । ଜିଲ୍ଲା ମାର୍କଫେଡ୍ ସଂସ୍ଥା ସମସ୍ତ ସମବାୟ ସମିତି ଗୁଡିକୁ ପ୍ରତ୍ୟେକ ବର୍ଷ ରାସାୟନିକ ସାର ଯୋଗାଇ ଥାଏ । ସମିତି ଗୁଡିକ ପକ୍ଷରୁ ଚାଷ ପାଇଁଁ ଖରିଫ୍ ଋଣ ନେଇଥିବା ଚାଷୀ ମାନଙ୍କୁ ରିହାତି ମୁଲ୍ୟରେ ସାର ଯୋଗା ଯାଇଥାଏ । 
ପ୍ରାଥମିକ ପର୍ଯ୍ୟାୟରେ ସମିତି ଗୁଡିକୁ ଅନ୍ୟାନ୍ୟ ସାର ସହିତ ମାର୍କଫେଡ୍ ମାତ୍ର ୧୦୦ରୁ ୨୦୦ପ୍ୟାକେଟ ୟୁରିଆ ଯୋଗାଇ ଦେଇଥିଲା । ପରିତାପର ବିଷୟ ଖୁଚୁରା ବଜାରରେ ୟୁରିଆ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ବେଳେ ସମିତି ଗୁଡିକୁ ମାର୍କଫେଡ୍ ଉକ୍ତ ଅତ୍ୟାବଶ୍ୟକ ସାର ଯୋଗାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ମାନେ ଋଣ କରି ରିହାତି ମୁଲ୍ୟରେ ସାର ପାଉନଥିବା ବେଳେ ଖୁଚୁରା ବଜାରରୁ ଚଢା ଦରରେ ୟୁରିଆ କ୍ରୟ କରୁଥିବା ଜଣାପଡିଛି । ଏପଟେ ସମିତି କର୍ତ୍ତୃପକ୍ଷ ଆବଶ୍ୟକ ସାର ଯୋଗାଇ ଦେବାକୁ ମାର୍କଫେଡ୍କୁ ବାରମ୍ବାର କହୁଥିଲେ ମଧ୍ୟ ସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହିଁ । ସଂପ୍ରତି କୃଷି କ୍ଷେତ ପାଇଁଁ କେବଳ ୟୁରିଆ ସାରର ଢେର ଆବଶ୍ୟକ ରହିଥିବା ବେଳେ ସରକାରୀ ଭାବେ ଏହାକୁ ଯୋଗାଇ ଦିଆଯାଉନାହିଁ । ତେଣୁ ଚାଷୀ ମାନେ ଚଢା ଦରରେ ୟୁରିଆ କ୍ରୟ କରି ଅନେକ କ୍ଷତି ସହୁଛନ୍ତି । ଏହା ଉପରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି  ।