‘ନଅଙ୍କ ନୁହେଁ ଏହା ରେଭେନ୍ସା ଦୁର୍ଭିକ୍ଷ’
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ୧୮୬୬ର ଦୁର୍ଭିକ୍ଷରେ ପ୍ରାୟ ତିରିଶ ଲକ୍ଷ ଓଡିଆଙ୍କ ଅତି ବିଭସô ମୃତୁ୍ୟ ଓ ବିସ୍ଥାପନପାଇଁ ଓଡିଶାର ମୁଖ୍ୟ ପ୍ରଶାସକ ଭାବରେ ଷୋହଳ ବର୍ଷର ପ୍ରଶାସନିକ ଅଭିଜ୍ଞତାସମ୍ପନ୍ନ ଥୋମାସ ଏଡିସନ ରେଭେନ୍ସା ଦାୟୀ ଥିବାରୁ ଏହାକୁ ନଅଙ୍କ ବଦଳରେ ରେଭେନ୍ସା ଦୁର୍ଭିକ୍ଷ କହିବାକୁ ବକ୍ତାମାନେ ମତ ରଖିଥିଲେ । ଓଡ଼ିଶା ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ବର୍ତ୍ତମାନରେ ଅତୀତ:୧୮୬୬ ଦୁର୍ଭିକ୍ଷ ଓ ସ୍ମୃତିର ରାଜନୀତି’ ଶୀର୍ଷକ ଆଲୋଚନାଚକ୍ରରେ ଓଡିଶା ଇତିହାସର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିପାରିଛି । ଦୁର୍ଭିକ୍ଷ କମିଶନଙ୍କ ରିପୋର୍ଟ ଅନୁସାରେ ୧୮୫୯ରେ ବାଉନ ହଜାର ମହଣ ଚାଉଳ ଓଡିଶାରୁ ରପ୍ତାନି ହୋଇଥିବାବେଳେ ୧୮୬୫ରେ ୯ଲକ୍ଷ ୩୮ ହଜାର ମହଣ ଚାଉଳ ୟୁରୋପକୁ ରପ୍ତାନି ହୋଇଥିଲା । ରାସ୍ତାଘାଟ ନ ଥିବାରୁ ରେଭେନ୍ସା ଆମଦାନୀ କରିଥିବା ଚାଉଳକୁ ଦୁର୍ଭିକ୍ଷ ଅଞ୍ଚଳରେ ପହଞ୍ଚାଇ ପାରିଲେନି ବୋଲି କହୁଥିବା ଲୋକେ ଉତ୍ତର ଦେବା ଆବଶ୍ୟକ ଯେ ଦୁର୍ଭିକ୍ଷ ବର୍ଷ ଏତେ ଚାଉଳ କେଉଁ ବାଟରେ ସଂଗ୍ରହ ହୋଉଥିଲା କେନାଲ ଖୋଳା ୧୮୬୨-୬୩ରୁ ଆରମ୍ଭ ହୋଇ ୧୮୬୬ରେ ଜଳକର ଆଦାୟ ଆରମ୍ଭ ହୋଇଥିବା ତଥ୍ୟ ପ୍ରମାଣ କରେ ରେଭେନ୍ସା କେନାଲ ଖୋଳାଇ ନ ଥିଲେ । ସେହିପରି ଓଡିଆ ଭାଷାରେ ଶିକ୍ଷା ରେଭେନ୍ସା ନୁହେଁ, ଶିକ୍ଷା ବିଭାଗର ସର୍ବୋଚ୍ଛ ନୀତିନିର୍ଦ୍ଧାରକ ତଥା ନିଦେ୍ର୍ଦଶକ ମାର୍ଟିନ ହିଁ ଇଂରାଜୀ ବିଦ୍ୟାଳୟରେ ଓଡିଆ ଭାଷାରେ ଶିକ୍ଷାପାଇଁ ନିଦେ୍ର୍ଦଶ ଦେଇଥିଲେ, ଯାହାକୁ ରେଭେନ୍ସା କେବଳ ପାଳନ କରିଥିଲେ । କଟକ କଲେଜ, କଟକ ବାଳିକା ହିନ୍ଦୁ ବିଦ୍ୟାଳୟ ସ୍ଥାପନରେ ରେଭେନ୍ସା ନୁହେଁ, ବରଂ ବିଚିତ୍ରାନନ୍ଦ ଦାସ ପ୍ରତିଷ୍ଠା କରିଥିଲେ, ଯେଉଁଥିପାଇଁ ସେ ଷଡଯନ୍ତ୍ରର ଶିକାର ହୋଇ ଆକସ୍ମିକ ଭାବରେ ମୃତୁ୍ୟ ହେବା ସହ ତାଙ୍କ ପରିବାରଙ୍କୁ କଟକ ଛାଡିବାକୁ ବାଧ୍ୟ କରାଯାଇଥିବା ଆଦି ତଥ୍ୟ ଗବେଷକଗଣ ଉପସ୍ଥାପନ କରିଥିଲେ । ବିଶେଷକରି ରାଜସ୍ୱ କମିଶନର ରେଭେନ୍ସାଙ୍କ ଅବହେଳା, ନିରପେକ୍ଷ ଆଭିମୁଖ୍ୟ ଅଭାବ ତଥା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ଆମଦାନୀ କରିବାକୁ ମନା କରିବାରୁ ଏହି ବିପର୍ଯ୍ୟାୟ ଘଟିଥିବାବେଳେ ସମାନ ସମୟରେ ଗଞ୍ଜାମ ଦୁର୍ଭିକ୍ଷକୁ ଇଂରେଜ ପ୍ରଶାସକ ଉପଯୁକ୍ତ ପଦକ୍ଷେପ ନେବାରୁ ଜୀବନହାନୀ ଘଟି ନ ଥିବାର ତଥ୍ୟ ସାମ୍ନାକୁ ଆସିଥିଲା । ଦୁର୍ଭିକ୍ଷ ପ୍ରପୀଡିତ କେଉଁଝରର ରତନ ଭୂୟାଁ ମେଳି, ମୟୁରଭଞ୍ଜର ବାମନଘାଟୀ ମେଳିକୁ ଦମନ କରିବା, ଗଜପତି ରାଜାଙ୍କୁ ବନ୍ଦୀ କରିବା, ଖାଦ୍ୟସାମଗ୍ରୀ ବଣ୍ଟନବେଳେ ଧାର୍ମିକ ପକ୍ଷପାତିତା କରିବା, କୌଶଳରେ ଶିକ୍ଷାନୁଷ୍ଠାନର ନାମ ନିଜ ନାମରେ କରାଇ ସେ ନିଜର ଦ୍ବୈତ ଭୂମିକା ଉତ୍ତର ଉପନିବେଶବାଦୀ ଚିନ୍ତାଧାରାରେ ଚତୁରତାର ସହିତ ସଂଯୋଗ କରାଇଥିବାରୁ ତାହାକୁ ଦୂର କରାଇ ଓଡିଆ ଅସ୍ମିତାର ଅସ୍ତିତ୍ୱକୁ ଆହୁରି ଗତିଶୀଳ କରାଇବାର ଆବଶ୍ୟକତା ରହିଛି ବୋଲି ବକ୍ତାଗଣ ମତ ରଖିଥିଲେ । ଓଡ଼ିଶା ଗବେଷଣା କେନ୍ଦ୍ରର ନିଦେ୍ର୍ଦଶକ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଆଲୋଚନାରେ କଟକ ଲୋକସଭା ସଦସ୍ୟ ଭର୍ତ୍ତୁହରି ମହତାବ, ବିଶିଷ୍ଟ ଲେଖକ, ପ୍ରଶାସକ ଡ.ହୃଷିକେଶ ପଣ୍ଡା, ହରପ୍ରସାଦ ଦାସ, ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ଡ.ରାଜାରାମ ଶତପଥୀ, ଏସୀୟ ଉନ୍ନୟନ ବ୍ୟାଙ୍କ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ସଚିଦାନନ୍ଦ ମହାନ୍ତି, ପ୍ରଫେସର ନଟବର ଶତପଥୀ, ଅନୀଲ କୁମାର ଧୀର, ଡ.ଦୀପକ କୁମାର ଜେନା, ଦାସ ବେନହୁର, ନିରଦ ଖୁଣ୍ଟିଆ, ଡ.ଗୌରହରି ଦାସ, ସୌମେନ୍ଦ୍ର ଜେନା, ଡ.ମିନତୀ ସାହୁ, ସଜ୍ଜନ ଶର୍ମା, ଅନିଲ ବିଶ୍ୱାଳ, ଦେବ ପରିଜା, ଶ୍ରୀ ପ୍ରଦୀପ ରଥ, ଦେବ ପ୍ରସାଦ ଦାସ , ଡ.ଭାଗ୍ୟଲିପି ମଲ୍ଲ , ଡ.ସଦାନନ୍ଦ ନାୟକ , ସ୍ୱାଗତିକା ଦାସ, ଡ.ସୁଜିତ କୁମାର ପଣ୍ଡା ନିଜନିଜର ଗବେଷଣା ସନ୍ଦର୍ଭ ପାଠ କରିଥିବାବେଳେ ଡକ୍ଟର ବସନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।