‘ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ’
ତିହିଡ଼ି: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ଗୁଆମାଳ ପଞ୍ଚାୟତ ସମେତ ୧୩ ପଞ୍ଚାୟତରେ ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ଭଲ ଭୋଟ ପାଇବ । ବିଗତ ୫ ବର୍ଷ ମଧ୍ୟରେ ବିରୋଧି ଦଳର ବିଧାୟକ ସେମିତି କୌଣସି ଉନ୍ନୟମ ମୂଳକ କାର୍ଯ୍ୟ କରି ନାହାଁନ୍ତି । ରାଜ୍ୟର ବିଜେଡି ମୁଖିଆ ତଥା ନବୀନ ପଟ୍ଟନାୟକଙ୍କ ସିଧାସଳଖ ହସ୍ତକ୍ଷେପରେ ନିର୍ବାଚନ ମଣ୍ଡଳୀରେ ବହୁବିଧ ଉନ୍ନତି ହୋଇଛି । ଏତତ୍ ବ୍ୟତିତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଉଦ୍ୟମରେ ଧାମନଗର ସମେତ ଜିଲ୍ଲାର ପ୍ରମୁଖ ଲୋକାଭିମୁଖି ଯୋଜନା କାର୍ଯ୍ୟକାରୀ ହୋଇଛି । ବିରୋଧି ଦଳ କେବଳ ବାହାସ୍ପଟ ମାରନ୍ତି ମାତ୍ର କାମରେ କିଛି ନାହିଁ । ଚଳିତ ନିର୍ବାଚନରେ ଉଭୟ ସାଂସଦ ପ୍ରାର୍ଥିନୀ ମଞ୍ଜିଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ଯୋଡ଼ି ଶଙ୍ଖରେ ବିପୁଳ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାର ସୁଯୋଗ ଦେବାକୁ ତିହିଡି ବ୍ଲକ ଅଧିନ ଗୁଆମାଳ ପଞ୍ଚାୟତରେ ଆୟୋଜିତ ବିଜିଡି କର୍ମୀ ସମ୍ମିଳନୀରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ·ନ୍ଦବାଲିର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଏପରି ବକ୍ତବ୍ୟ ରଖିଥିଲେ । ସେହିପରି ଗତ ବିଧାନସଭା ନିର୍ବାଚନରେ କୌଣସି କାରଣରୁ ବିଜେଡି ପରାଜୟ ସ୍ୱିକାର କରିଥିଲେ ମଧ୍ୟ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ୨୦୨୨ ମସିହା ଉପନିର୍ବାଚନରେ ଗୁଆମାଳ ପଞ୍ଚାୟତ ଲିଡ୍ ଦେଇ ଆସିଛି ଏବଂ ଚଳିତ ନିର୍ବାଚନରେ ବିଜେଡି ଭଲ ଭୋଟ ସଂଗ୍ରହ କରିବ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଏକ ବୈପବ୍ଳିକ ପରିବର୍ତ୍ତନ ଆଣିଦେଇଛି ଏବଂ ଏଥର ବିଜେଡି ନିଶ୍ଚୟ ସରକାର ଗଢିବ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଜେପିର ତୃଣମୂଳ ସ୍ତରର ନେତା ତପନ ମହାନ୍ତି ଓ ଯତିନ୍ଦ୍ର ନାଥ ବିଜେଡିରେ ଦଳରେ ସାମିଲ ହୋଇ ବିଜେପି ବିରୋଧରେ ବର୍ଷିଥିଲେ । ପୂର୍ବତନ ଉପାଧ୍ୟକ୍ଷ ମାନସ କୁମାର ପାଠୀଙ୍କ ସଞ୍ଚାଳନା ଓ ପ୍ରମୋଦ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ଡାକ୍ତର ସଞ୍ଜୟ କୁମାର ଦାସ, ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ବିଦୁ୍ୟତଲତା ନାୟକ ଓ ରୁଜାତା ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ବରିଷ୍ଠ ନେତା ସୁରେଶ ମହାନ୍ତି, ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ସୁଧନ୍ୱା ନାୟକ ଓ ମୃତୁ୍ୟଞ୍ଜୟ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ ବିରୋଧି ଉପରେ ବର୍ଷିବା ସହିତ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।