ବଡ଼ଖବର : ପ୍ରତାପ ଜେନାଙ୍କୁ କ୍ଳିନଚିଟ୍
PRATAP JENA

।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କୁ ହାଇକୋର୍ଟ କ୍ଳିନଚିଟ୍ ଦେଇଛନ୍ତି । ମାହାଙ୍ଗା ଡବଲ ମଡର଼୍ର ମାମଲାରେ ପ୍ରତାପଙ୍କୁ ଆଶ୍ୱସ୍ତି ମିଳିଛି । ଏଥିରେ ପ୍ରତାପଙ୍କ ହାତ ଥିବା ନେଇ ବିରୋଧୀ ଓ ମୃତକଙ୍କ ପରିବାର ଲୋକମାନେ ଅଭିଯୋଗ କରୁଥିଲେ । ତେବେ ତାଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିନଥିଲା । ଯାହାକୁ ନେଇ ରାଜନୀତିକସ୍ତରରେ ହଟଚମଟ ସୃଷ୍ଟି ହୋଇଥିଲା । ପରେ ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶରେ ପୁଣି ପ୍ରତାପଙ୍କ ନାମ ଯୋଡ଼ା ଯାଇଥିଲା । ତାଙ୍କୁ ତଦନ୍ତ ପରିସରଭୁକ୍ତ ମଧ୍ୟ କରାଯାଇଥିଲା । ଏନେଇ ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବାବେଳେ ରାଜନୀତିକ ଅଭିସନ୍ଧି ରଖାଯାଇ ବିରୋଧୀ ଏହାକୁ ପ୍ରସଙ୍ଗ କରୁଥିଲେ । ତଳ କୋର୍ଟର ରାୟକୁ ସେ ଗ୍ରହଣ କରିପାରିନଥିଲେ । ତେଣୁ ସେ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ସମସ୍ତ ଘଟଣାକୁ ଅନୁଶୀଳନ କରିଥିଲେ । ଚାର୍ଜସିଟରେ ନାଁ ନଥିବାରୁ ତାଙ୍କୁ ହାଇକୋର୍ଟ କ୍ଳିନଚିଟ୍ ଦେବା ସହ ତଳକୋର୍ଟର ରାୟକୁ ଖାରଜ କରିଦେଇଛନ୍ତି ।