ସ୍ୱାମୀ ସ୍ତ୍ରୀଙ୍କ ବିବାଦକୁ ନେଇ ଥାନା ସମ୍ମୁଖରେ ହାଇଡ୍ରାମା       

ସ୍ୱାମୀ ସ୍ତ୍ରୀଙ୍କ ବିବାଦକୁ ନେଇ ଥାନା ସମ୍ମୁଖରେ ହାଇଡ୍ରାମା       


 ତିହିଡ଼ି : ସ୍ୱାମୀ ସ୍ତ୍ରୀଙ୍କ ବିବାଦକୁ ନେଇ ଥାନା ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କ ଦୁଇ ସମ୍ପର୍କୀୟ ଭାଇ ଓ ସ୍ୱାମୀଙ୍କ ମଧ୍ୟରେ ମାରପିଟ୍‌ ଓ ଗଡାପଡା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖରେ ।  ଭଦ୍ରକ ପୁରୁଣାବଜାର ମିର୍ଜାପୁରସ୍ଥିତ ଡାକଗୈକିଆ ମହଲା ଗାଁର ଆଫସାନ୍‌ ବିବି ତିହିଡି ମିର୍ଜାପୁର ଗାଁର ମୌଲା ବକ୍ସଙ୍କ ପୁଅ ସେକ୍‌ ଖୋଦାବକ୍ସ ଓରଫ୍‌ ରାଜନଙ୍କ ସହିତ ବିବାହ ହୋଇଥିଲା । ବିବାହ ପରେ ଆଫସାନ୍‌ ବିବିଙ୍କୁ ଯୌତୁକ ନିର୍ଯାତନା ସହିତ ଯାବାତୀୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସିଥିଲେ । ଇତିମଧ୍ୟରେ ଆଫସାନ୍‌ ବିବି ଗୋଟିଏ ପିଲାକୁ ଜନ୍ମ ମଧ୍ୟ ଦେଇଛନ୍ତି । ଗତ ଦୁଇଦିନ ତଳେ ସ୍ୱାମୀ ସମେତ ପରିବାରର ଅନ୍ୟମାନେ ମିଳିତଭାବେ ଆଫସାନ୍‌ ବିବିଙ୍କୁ ମାଡ ମାରିବା ସହିତ ମୁହଁରେ ତକିଆରେ ·ପି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆଫସାନ୍‌ ବିବି ଗତକାଲି ଦୁଇ ସମ୍ପର୍କୀୟ ଭାଇ ଓ ମାଆଙ୍କ ସହ ଥାନାକୁ ଏତଲା ଦେବାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଉପସ୍ଥିତ ଥିବା ତାଙ୍କ ସ୍ୱାମୀଙ୍କ ସହ ଝଗଡା ଓ ମାରପିଟ୍‌ ହୋଇଥିଲା । ପୁଲିସ ତିନି ଜଣଙ୍କ ଥାନାର ଏଟକ ରଖିଥିବା ବେଳେ ଆଫସାନ୍‌ ବିବି ନ୍ୟାୟ ଭିକ୍ଷା କରିଛନ୍ତି । ଘଟଣାକୁ ନେଇ ଆଫସାନ୍‌ ବିବିଙ୍କ ସମ୍ପର୍କୀୟମାନେ ଆସି ପୁଲିସକୁ ଭେଟି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେପଟେ ଖୋଦାବକ୍ସଙ୍କ ସମ୍ପର୍କୀମାନେ ମଧ୍ୟ ଆପୋଷ ବୁଝାଶୁଝା ପାଇଁ ଥାନାରେ ·ପ ସୃଷ୍ଟି କରୁଥିବା ଜଣାଯାଇଛି । ତେବେ ପୁଲିସ ଆଫସାନ୍‌ ବିବିଙ୍କୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି ତାହାକୁ ଅନେଇ ବସିଛନ୍ତି ପରିବାର ଲୋକେ ।