ଗତ ୮୯ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି


ମହାମେଘବାହନ 
ଐର ଖାରବେଳ ସ୍ୱାଇଁ :  ଏପି୍ରଲ୍ ୧, ୧୯୩୬ରେ ଗଠିତ ହୋଇଥିବା ଓଡ଼ିଶା ରାଜ୍ୟ ପ୍ରଥମେ ଗୋଟିଏ ଗରିବ ରାଜ୍ୟ ହିସାବରେ ପରିଗଣିତ ହୋଇଥିଲେ ମଧ୍ୟ ତାହା ଏବେ ଭିତ୍ତିଭୂମି, ଶିଳ୍ପ, ଆଇଟି, ପର୍ଯ୍ୟଟନ ଓ ଏ ସବୁର ସଂରକ୍ଷଣ ହିସାବରେ ଏକ ବିଶିଷ୍ଟ ରାଜ୍ୟ ରୂପେ ପରିଗଣିତ ହୋଇଛି । ଏହା ହେଉଛି ଏହାର ଏକ ସମସ୍ତଙ୍କୁ ମିଶାଇ କାମ କରୁଥିବା ଓ ପ୍ରଗତିଶୀଳ ହୋଇଥିବା ରାଜ୍ୟ ହିସାବରେ ଭବିଷ୍ୟତରେ ପ୍ରଦର୍ଶିତ ହେବାର ଅଛି । 
ଗତ କେତେ ଦଶନ୍ଧି ହେଲା ଓଡ଼ିଶା ଏକ ଖଣିଜ ସମ୍ପଦ ଓ ସମ୍ବଳ ଭିତ୍ତିକ ଅର୍ଥନୀତି ରୂପେ ପରିଗଣିତ ହେଉଥିଲା । ଏଠାକାର ଖଣିଜ ପଦାର୍ଥକୁ ବ୍ୟବହାର କରି ଶିଳ୍ପମାନେ ଗଠିତ ହୋଇଥିଲେ । ଉତ୍ପାଦନ ଉପରେ ଓଡ଼ିଶାର ସେତେବେଶୀ ଗୁରୁତ୍ୱ ନଥିଲା । କିନ୍ତୁ ଏବେ ଦେଖାଯାଉଛି ଏବେ ଶିଳ୍ପକୁ ନେଇ ଏହା ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦ ବଢ଼ିଛି ନିୟମିତ ଭାବରେ । ଏହା ଫଳରେ ଚକ୍ରବୃଦ୍ଧି ହାରରେ ଭାରତର ବାର୍ଷିକ ଅଭିବୃଦ୍ଧି ବଢ଼ିଛି । ଗତ କେତେବର୍ଷ ଭିତରେ ଓଡ଼ିଶା ୮% ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଶିଳ୍ପ କ୍ଷେତ୍ର ବିଶେଷ କରି ଇସ୍ପାତ, ଆଲୁମିନିୟମ ଓ ଖଣିଜ ପଦାର୍ଥଗୁଡ଼ିକ ବଢ଼ିବାରେ ଲାଗିଛି । ଏହା ହେଉଛି ରାଜ୍ୟ ପାଇଁ ଏକ ବହୁତ ବଡ଼ ଅବଦାନ । 
ଅବଶ୍ୟ କୃଷି, ଆଇଟି ଓ ପର୍ଯ୍ୟଟନ ଏ ରାଜ୍ୟରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯେଉଁମାନେ କି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇଛନ୍ତି ।
ଓଡ଼ିଶା ତା’ର ବ୍ୟାପକ ଖଣିଜ ପଦାର୍ଥର ଭିତ୍ତିଭୂମି ହୋଇ ରହିଛି । ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଲୁହାପଥର, ବକ୍ସାଇଟ ଓ କୋଇଲା ଅଛି । ତେବେ ଏହି ରାଜ୍ୟ ଗୋଟିଏ ଖଣିଜ ପଦାର୍ଥ ଭିତ୍ତିକ ରାଜ୍ୟରୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବାକୁ ଯାଉଛି । ଏହାର ଉତ୍ପାଦନ କ୍ରମଶଃ ବଢ଼ିବାରେ ଲାଗିଛି । ଏ ରାଜ୍ୟ ଏବେ ଦେଶର ଗୋଟିଏ ସବୁଠାରୁ ବଡ଼ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହୋଇଛି । ଫଳ ଓ ଫୁଲ ଚାଷ, ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦନ ଓ ଗୋ-ପାଳନ ଆଦି କ୍ଷେତ୍ରରେ ଓଡ଼ିଶା ତା’ର ଗ୍ରାମାଞ୍ଚଳ କ୍ଷେତ୍ରରେ କୃଷିକୁ ଛାଡ଼ିଦେଲେ ଲୋକମାନଙ୍କୁ ଜୀବିକା ପ୍ରଦାନ କରୁଛି । ଏ ରାଜ୍ୟରେ ଗୋଟିଏ ଉନ୍ନତ କୃଷିର ଜଳବାୟୁ ଅଛି ଯାହା ବିଭିନ୍ନ ଫସଲ ଉତ୍ପାଦନ କରୁଛି ଓ ଜୈବିକ କୃଷିର ଉତ୍ପାଦନ କରୁଛି । ସରକାର ମଧ୍ୟ ଏ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଦେବା ପାଇଁ ଓ ଦେଶରେ ପରିବେଶଗତ ଭାରସାମ୍ୟ ରଖିବା ପାଇଁ ଚେଷ୍ଟାରେ ଲାଗିଛନ୍ତି । 
ଷ୍ଟାର୍ଟଅପ୍ କେନ୍ଦ୍ରସ୍ଥଳ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଷ୍ଟାର୍ଟଅପ୍ମାନଙ୍କର ଉତ୍ଥାନ ହୋଇଛି ଯେଉଁଠି ଆଇଟିର ରପ୍ତାନୀ ହେଉଛି ଓ ଫିନ୍ଟେକ୍ କମ୍ପାନୀମାନ ସୃଷ୍ଟି ହେଉଛି । ଏହାଛଡ଼ା ପର୍ଯ୍ୟଟନ କ୍ଷେତ୍ରରେ ପୁରୀ, କୋଣାର୍କ, ଚିଲିକା ହ୍ରଦ ଆଦି ବିଶ୍ୱ ପର୍ଯ୍ୟଟକମାନଙ୍କୁ ଆହ୍ୱାନ କରୁଛି । ଏହା ଫଳରେ ରାଜ୍ୟର ଅର୍ଥନୀତିର ଅଭିବୃଦ୍ଧି ଘଟୁଛି ।
ଭିତ୍ତିଭୂମି ନିର୍ମାଣ
ରାଜ୍ୟରେ ବହୁଗୁଡ଼ିଏ ଏକ୍ସପ୍ରେସ୍ ହାଇୱେର ସୃଷ୍ଟି ହେଉଛି ଓ ଗୋଟିଏ ସ୍ମାର୍ଟ ସିଟି ସୃଷ୍ଟି ହୋଇଛି ଯାହାକି ଅତି ଦ୍ରୁତ ବେଗରେ ଅଞ୍ଚଳର ବିକାଶ କରୁଛି । ଓଡ଼ିଶା ଇସ୍ପାତ, ଆଲୁମିନିୟମ ଓ ଲୁହାପଥର ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି କରିଛି । ଏ ରାଜ୍ୟରେ ବିଜୁ ଏକ୍ସପ୍ରେସ ହାଇୱେର ପାରାଦ୍ୱୀପ ପର୍ଯ୍ୟନ୍ତ ବିସ୍ତାର ହୋଇଛି ଓ ପୂର୍ବାଞ୍ଚଳରେ ନୂଆ ରାସ୍ତା ତିଆରି ହୋଇଛି ଯାହା ମୁଖ୍ୟତଃ ବାଣିଜ୍ୟ ଓ ଯାତାୟତ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି କରିପାରିବ ।
ଶିକ୍ଷାର ବିକାଶ
ଓଡ଼ିଶାରେ ଆଇଆଇଟି, ଆଇଆଇଏମ୍, ଏମ୍ସ ଓ ଦକ୍ଷତା ବୃଦ୍ଧି କେନ୍ଦ୍ରଗୁଡ଼ିକ ଖୋଲିଛି ଯାହାକି ଯେଉଁଥିରେ ଅତି ଦକ୍ଷ ଶ୍ରମିକମାନେ ଅଛନ୍ତି । ଆଇଟିର ପ୍ରଚଳନ ଫଳରେ ଓଡ଼ିଶାରେ ଇ-ପ୍ରଶାସନ, ଆର୍ଥôକ ଅନ୍ତର୍ଭୁକ୍ତି ଓ ଡିଜିଟାଲ ସେବା ଯୋଗାଇ ଦିଆଯାଉଛି । ଏହାଛଡ଼ା ରାଜ୍ୟ ମଧ୍ୟ ବିଦୁ୍ୟତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି କରିଛି । ଓଡ଼ିଶା ବର୍ତ୍ତମାନ ସୌର ଶକ୍ତି, ପବନ ଶକ୍ତି ଓ ସବୁଜ ହାଇଡ୍ରୋଜେନ୍ ପ୍ରୋଜେକ୍ଟ ଉପରେ ଗୁରୁତ୍ୱାରୋପ କରିଛି ଯାହା ଫଳରେ ଓଡ଼ିଶାକୁ ଆହୁରି ଅଭିବୃଦ୍ଧ କରିହେବ । ସରକାରଙ୍କର ବଡ଼ ଧରଣର ଅଗ୍ରଗତି ମୂଳକ ନୀତିଗୁଡ଼ିକ ଅଛି ଯାହା ହେଉଛି ମେକ୍ ଇନ୍ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା ଓ ଭିଜନ୍ ୨୦୩୦ । ଏଗୁଡ଼ିକ ଶିଳ୍ପ ଅଭିବୃଦ୍ଧି ଏବଂ ନବସର୍ଜନା ପାଇଁ କାମ କରୁଛନ୍ତି । ଯେଉଁ ଯେଉଁ ନୂଆ ପ୍ରକଳ୍ପ ଅଛିଯେଉଁ ଯେଉଁ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଭବିଷ୍ୟତକୁ ସୃଷ୍ଟି କରୁଛନ୍ତି ସେଗୁଡ଼ିକ ହେଲା ପାରାଦ୍ୱୀପ ରଫାଇନାରୀ(ଆଇଓସିଏଲ୍), ଟାଟା ଷ୍ଟିଲ୍, ଜେଏସ୍ପିଏଲ୍ ଷ୍ଟିଲ୍ କାରଖାନା ଇତ୍ୟାଦି । ବିଜୁ ଏକ୍ସପ୍ରେସ୍ ହାଇୱେ ଶିଳ୍ପଗୁଡ଼ିକର ମେରୁଦଣ୍ଡ ହୋଇ ଠିଆ ହୋଇଛି । ଆଗାମୀ ବର୍ଷମାନଙ୍କରେ ଆହୁରି ନୂଆ ପ୍ରକଳ୍ପଗୁଡ଼ିକ ଆସିବ ଯାହା ହେଉଛି ମହାନଦୀରେ ନଦୀ ଭିତ୍ତିକ ବନ୍ଦର । ଓଡ଼ିଶାରେ ଅକ୍ଷୟ ଶକ୍ତି ମିଶନ, ଶ୍ରୀଜଗନ୍ନାଥ ହେରିଟେଜ ଐତିହ୍ୟ ପଥ, ଓଡ଼ିଶା ଶିଳ୍ପ ରାସ୍ତା(କରିଡର) ଏବଂ ଆଉ ଗୋଟିଏ ସେମିକଣ୍ଡକ୍ଟର ତଥା ଇଲେକ୍ଟ୍ରୋନିକ୍ କେନ୍ଦ୍ର ସ୍ଥାପିତ ହୋଇଛି । ଏଗୁଡ଼ିକ ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ । 
ରାଜ୍ୟ ଇତିମଧ୍ୟରେ ସବୁ ପ୍ରକାର ବିକାଶ ଦେଖିଛି ଯାହା ସବୁ ପ୍ରକାର ବିକାଶର କଥା କହୁଛି । ଓଡ଼ିଶାରେ ବର୍ତ୍ତମାନ ଏକ ସାମାଜିକ ଅର୍ଥନୈତିକ ବିକାଶର ଯୁଗ ଚାଲିଛି ଯାହା ଉପରେ ଅନେକ କୌଶଳ ପ୍ରୟୋଗ କରାଯାଉଛି । 
ମହିଳା ସଶକ୍ତିକରଣ
ଓଡ଼ିଶାରେ ମହିଳା ସଶକ୍ତିକରଣ ଏକ ବହୁତ ବଡ଼ କାର୍ଯ୍ୟ ହୋଇ ରହିଛି । ୬୦ ଲକ୍ଷ ମହିଳା ସେମାନଙ୍କର ସ୍ୱୟଂ ସହାୟିକା ଗୋଷ୍ଠୀ ମିଶନ ତିଆରି କରିଛନ୍ତି ଯେତେବେଳେ କି ସ୍ୱାସ୍ଥ୍ୟ ସେବାକୁ ବହୁତ ବଡ଼ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶା ସରକାର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବିଭିନ୍ନ ନାଗରିକଙ୍କୁ ସ୍ୱାସ୍ଥ୍ୟ ପାଇଁ ସାହାଯ୍ୟ କରୁଛନ୍ତି । ସବୁ ନାଗରିକମାନଙ୍କୁ ଏହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।
ଶିକ୍ଷାରେ ପ୍ରଗତି
ଓଡ଼ିଶା ସରକାର ବର୍ତ୍ତମାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନ ସୃଷ୍ଟି କରିଛନ୍ତି ଯେଉଁଥିରେ ସ୍ମାର୍ଟ କ୍ଲାସ୍ରୁମ୍ମାନ ନିର୍ମାଣ ହୋଇଛି । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ଦିଆଯାଉଛି ଯାହା ଫଳରେ ଅଧିକରୁ ଅଧିକ ପିଲାମାନେ ଉନ୍ନତ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳମାନଙ୍କରେ ଗ୍ରାମୀଣ ବିକାଶ ହେଉଛି ଓ ଆଦିବାସୀମାନଙ୍କର ବିକାଶ ହେଉଛି । ସେଥିପାଇଁ ସମସ୍ତେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କରୁଛନ୍ତି । ଓଡ଼ିଶାରେ ଶୂନ୍ୟ ନଷ୍ଟ ପ୍ରକଳ୍ପ ଚାଲୁ ହୋଇଛି ଓ ଶିଳ୍ପମାନଙ୍କର ଉତ୍ପାଦନମାନଙ୍କୁ କାମରେ ଲଗାଯାଉଛି ଯେମିତି ବାୟାସ ଓ ସ୍ଲାଗ । ଏଗୁଡ଼ିକ ବ୍ୟବହାର କରାଯାଉଥିବା ହେତୁ ଏମାନେ ବାୟୁମଣ୍ଡଳ ପ୍ରଦୂଷଣ କରୁନାହାନ୍ତି । ଯେତେବେଳେ ଓଡ଼ିଶାରେ ସବୁଜ ଖଣିଜ ଅଭ୍ୟାସମାନ ଲାଗୁ ହେଉଛି ଯାହା ଫଳରେ କି ସମ୍ପଦଗୁଡ଼ିକ ବ୍ୟବହୃତ ହୋଇପାରିବେ । ପ୍ରଚେଷ୍ଟା ହେଉଛି କୃଷି କ୍ଷେତ୍ରରେ ଯେଉଁ ନଷ୍ଟ ଗୁଡ଼ିକ ହେଉଛି ତା’ର ପୁନଃ ବିନିଯୋଗ କରିବା । ସେଥିପାଇଁ ବାୟୋଗ୍ୟାସ, ଜୈବିକ କମ୍ପୋଷ୍ଟ ଓ ଚକ୍ରାକାର କୃଷି ପ୍ରଚେଷ୍ଟାଗୁଡ଼ିକ କୃଷି କ୍ଷେତ୍ରରେ ଉନ୍ନତି ଆଣି ଦେଉଛି । ଏହା ଫଳରେ ଜଳର ଦୀର୍ଘକାଳୀକ ସୁରକ୍ଷା ହେଉଛି ଏବଂ ମିଶନ ଶକ୍ତି ଜଳ ଓ ନଦୀ ସଂଯୋଗୀକରଣ କାମକୁ ମଧ୍ୟ ଆଗାମୀ ଦିନମାନଙ୍କରେ ବଢ଼ାଯାଇପାରିବ । ସରକାର ଏସବୁ କ୍ଷେତ୍ରରେ ଅଗ୍ରଗତି କରିପାରିବେ ଯାହା ଜଳ ସଂରକ୍ଷଣ କରିପାରିବ । ଓଡ଼ିଶା ଗୋଟିଏ ସମୃଦ୍ଧ ଧନିକ କିନ୍ତୁ ଉପରକୁ ଉଠି ନଥିବା ରାଜ୍ୟ ହିସାବରେ ପୂର୍ବରୁ ପରିଗଣିତ ହୋଇଛି । ଏହାକୁ ଶିଳ୍ପ ସମୃଦ୍ଧ ଓ ଅର୍ଥନୈତିକ ନେତୃତ୍ୱ ଭାବରେ ଆଗକୁ ବଢ଼ାଇବାର ଅଛି । ସେଥିପାଇଁ ନିବେଶକମାନଙ୍କର ସୁବିଧା ପାଇଁ ନୀତିମାନ ତିଆରି କରାଯିବ । ସେଥିପାଇଁ ରାଜ୍ୟକୁ ଉନ୍ନତିର ପଥରେ ରଖିବାକୁ ପଡ଼ିବ । 
    ଓଡ଼ିଶାରେ କେବଳ ପାଠ ପଢ଼ି ସରକାରୀ ଚାକିରି କରିବାର ଯେଉଁ ମନୋବୃତ୍ତି ଅଛି ତାହାକୁ ହଟାଇବାକୁ ପଡ଼ିବ । ଏହାକୁ ଏପରି ଏକ ରାଜ୍ୟରେ ପରିଣତ କରିବାକୁ ପଡ଼ିବ ଯେଉଁଠି ପାଠ ପଢ଼ିଥିବା ପିଲାମାନେ ମଧ୍ୟ କେବଳ ଚାକିରି ନକରି ଛୋଟ ଛୋଟ ବ୍ୟବସାୟ ବାଣିଜ୍ୟ ଆରମ୍ଭ କରିବା ଉଚିତ ଯେଉଁମାନଙ୍କୁ ଷ୍ଟାର୍ଟଅପ୍ ବୋଲି କୁହାଯିବ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆ ମନୋବୃତ୍ତିରେ ପରିବର୍ତ୍ତନ । ଓଡ଼ିଆ ପିଲା ନିଜର ଉଦ୍ୟମ ବଳରେ ଉପରକୁ ଉଠିବା ଉଚିତ । ସେ କେବଳ ଚାକିରି କରି ହୁଏତ ନିଜର କିଛିଟା ଆର୍ଥିକ ବିକାଶ କରିପାରେ କିନ୍ତୁ ତଦ୍ଦ୍ୱାରା ରାଜ୍ୟର କିଛି ବିକାଶ ହେବ ବୋଲି ମନେହୁଏନାହିଁ ।   
ମୋବାଇଲ୍ -୯୪୩୭୦୨୦୨୯୦