ବିଜେଡି ଆଉ ନବୀନବାବୁଙ୍କ ନିୟନ୍ତ୍ରଣରେ ନାହିଁ : ତାରା

ବିଜେଡି ଆଉ ନବୀନବାବୁଙ୍କ ନିୟନ୍ତ୍ରଣରେ ନାହିଁ : ତାରା

ଭୁବନେଶ୍ୱର :  ବିଜେଡିରେ ସଂପ୍ରତି ଓ୍ବକ୍‌ଫ ବିଲ୍‌କୁ ନେଇ ଯେଉଁ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି, ସେଥିରୁ ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡ଼ୁଛିି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିିନୀପତି କହିଛନ୍ତି। ତେଣୁ ବିଜେଡି ଆଉ ନବୀନବାବୁଙ୍କ ନିୟନ୍ତ୍ରଣରେ ନାହିଁ ଓ ତାଙ୍କ ହାତମୁଠା ଦିନକୁ ଦିିନ କୋହଳ ହେଉଛି ବୋଲି ତାରା କହିଛନ୍ତି।
ଗୁରୁବାର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଖବରଦାତା ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ନେଇ ତାରା କହିଛନ୍ତି, ବିଜେଡିରେ ଆଉ ଶୃଙ୍ଖଳା ନାହିଁ। ନବୀନବାବୁ କେତେବେଳେ କ’ଣ କହୁଛନ୍ତି ତାହା ରାଜ୍ୟବାସୀ କି ତାଙ୍କ ଦଳର ନେତା ଓ କର୍ମୀ ବୁଝିପାରୁନାହାନ୍ତି। ଯଦିଓ ବିଜେଡିର ଏହା ଆଭ୍ୟନ୍ତରୀଣ ବ୍ୟାପାର, ରାଜ୍ୟବାସୀଙ୍କ ସହିତ ନବୀନ ଯେଉଁ ଛଳନା କରୁଛନ୍ତି ତାହାକୁ ନେଇ ଦଳୀୟ ନେତୃବୃନ୍ଦ ଜଣକ ପରେ ଜଣେ ଗଣମାଧ୍ୟମ ସମ୍ମୁଖକୁ ଆସି ଦେଉଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଦୀର୍ଘଦିନ ଧରି ଦଳରେ ଥିବା ଅସନ୍ତୋଷ ଏବେ ପଦାକୁ ଫୁଟି ବାହାରୁଛି। ସ୍ଥିତି ଏପରି ହେଲାଣି ଯେ ଆଗାମୀ ଦିନରେ ଦଳର ଅସ୍ତିତ୍ୱ ହଜିଯିବ ବୋଲି ତାରା କହିଛନ୍ତି।