କୃଷିଜୀବୀଙ୍କ ଅସଲ ପୁରସ୍କାର 


ଅଜୟ କୁମାର ବେହେରା : ପରିଶ୍ରମ କରି ଅନେକ ସମୟରେ କିଛି ଲୋକଙ୍କୁ ଫଳ ମିଳେ ନାହିଁ ପୁଣି କିଛି ଲୋକ ଠିକ ପରିଶ୍ରମ ନକରି କାହାରି ଅନୁକମ୍ପାରେ ଏକ ପଦବୀ ବା ଆୟକାରୀ ଧନ୍ଦାରେ ମୁତୟନ ହୁଅନ୍ତି । ପୂର୍ବେ ମୋଟ ଜନସଂଖ୍ୟାକୁ କିଛି ଜାତି ବର୍ଣ୍ଣ, ବିଭାଗରେ ବିଭକ୍ତ କରାଯାଇଥିଲା । ଲୋକେ ସ୍ୱ ସ୍ୱ ବୃତ୍ତିରେ ନିମଗ୍ନ ରହି ଉପାର୍ଜନକ୍ଷମ ପାଇଁ ଚେଷ୍ଟାରତ ଥିଲେ । ସ୍ୱ ବୃତ୍ତିରେ କି ଅଧିକ ରୋଜଗାର ହୋଇପାରିବ ଏ ଚିନ୍ତନରେ ଉଦଯୋଗୀମାନେ ନିଜର ମୌଳିକ ବୃତ୍ତିର ଶିକ୍ଷାକୁ ସୃଜନୀ ଶକ୍ତି ବଳରେ ବଢ଼ାଇ ଅଧିକ ରୋଜଗାର ଓ ସମ୍ମାନ ପାଉଥିଲେ କିନ୍ତୁ ଭାରତ ସ୍ୱାଧୀନ ହେବା ପରେ ଏ ଦେଶରେ ଜାତିଆଣ ଓ କୌଳିକ ବୃତ୍ତି ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯିବାରୁ ଦେଶରେ ବୃତ୍ତି ଅପହରଣ ବା ବହୁ ଲୋକଙ୍କୁ ବେକାର ବେରୋଜଗାରୀ କରିଦିଆଯାଇଛି ।  ମୁଁ ପିଲାବେଳେ ଦେଖିଛି କୋଳଥ, ମାଣ୍ଡିଆ ଚାଷ ପ୍ରତ୍ୟେକ ଲୋକ ବାଡ଼ିରେ ଯେତିକି ସ୍ଥାନ ଅଛି ସେଥିରେ ଲଙ୍କା, ଜହ୍ନୀ, ଛତିନ୍ଦ୍ରା, କାଙ୍କଣ, ସାରୁ, ବାଇଗଣ କିଛି ଶାଗ ଚାଷ କରି ଗୃହର ତରକାରୀ ସମସ୍ୟା ତୁଟାଉଥିଲେ । ଧାନ ଚାଷ ପରେ ଜମି ପଡ଼ିଆ ନକରି ମୁଗ, ବରଗୁଡ଼ି ଚାଷ କରି, ଡାଲି ଜାତୀୟ ଫସଲ ଉଠାଉଥିଲେ । ବାଡ଼ିରେ କିଛି ଫାଙ୍କା ଜାଗାରେ ଓ ବର୍ଷାର କମିତି ହେଲାପରେ କୌଣସି ଢ଼ିଅ ସ୍ଥାନରେ ବିରି ଛାଟି ଦେଇ ବିରି ଅମଳ କରାଯାଉଥିଲା । ଟାଙ୍ଗର ଢ଼ିଅ ସ୍ଥାନରେ ହରଡ଼, କନ୍ଦୁଲ ବୁଣି ଡାଲି ଅମଳ କରୁଥିଲେ । କପାଚାଷ ଭେଡ଼ାରେ ଆକାଶୀ କପା ଲଗାଇ ଅନେକ ଥର କପା ତୋଳା ଯାଉଥିଲା ଓ ଫାଙ୍କା ବାଡ଼ିରେ କପା ଚାଷ ହେଉଥିଲା । ମାଟିଆଳୁ  ଭେଡ଼ା କଡ଼ରେ ଲଗାଇ ସେ ଆଳୁକୁ ବର୍ଷରେ ଥରେ ବର୍ଷାଦିନ ପରେ ଖୋଳି ତର୍କାରୀ କରୁଥିଲେ । କଖାରୁ, ଲାଉ ପିଢ଼ାରେ ମଡ଼ାଇ ସେଥିରୁ ଫଳ ପାଇ ତର୍କାରୀ କଷ୍ଟ ମେଣ୍ଟାଉଥିଲେ । ଲୋକେ କଖାରୁ ମାଟିଆଳୁ ଭାର ବନ୍ଧୁ ଘରକୁ ଯାଉଥିଲା । ଏପରିକି ବନ୍ତଳ କଦଳୀ ଭାରରେ ଯାଉଥିଲା । ମାଟି କେବେ ଉଦଯୋଗୀ ଚାଷୀକୁ ପ୍ରତାରିତ କରେନାହିଁ । ଯେ ଉଦଯୋଗ ମାଟିରେ ଲଗାଏ ସେ ନିଶ୍ଚେ ପରିଶ୍ରମ ପାଏ ଏପରି ସମୟକୁ ପୁରସ୍କାର ପାଇଲା ବୋଲି ଭାବୁଥିଲା ।
ପଶୁପାଳନ, ମତ୍ସ୍ୟପାଳନ, ପକ୍ଷୀ ପାଳନର ମନୁଷ୍ୟ ନିଶ୍ଚେ ଯତ୍ନ ଉପାୟ ଦ୍ୱାରା ପୁରସ୍କୃତ ହେବା ବୁଝିପାରୁଥିଲା । ଦୁଗ୍ଧ, ମାଂସ, ପଶୁର ବାଛୁରୀ ପାଉଥିଲେ । ଗୋଦୁଗ୍ଧ ତହିଁରୁ ଦହି, ଛେନା, ଘିଅ, ଲହୁଣୀ ଆଦି ବିଶୁଦ୍ଧ ଦ୍ରବ୍ୟ ଭୋଜନ ପାଇଁ ପଣ୍ୟଦ୍ରବ୍ୟ ରୂପେ ହାସଲ କରାଯାଉଛି । ଦିନକୁ ଚବିଶ ଘଣ୍ଟା ସପ୍ତାହ ସାତ ଦିନ ପକ୍ଷର ପନ୍ଦର ତିଥିରେ ଲୋକ କେବଳ ଆଳସ୍ୟରେ ଶୟନ ଖେଳ ବିଳାସ ବ୍ୟସନ ପରିଚର୍ଚ୍ଚାରେ କଟାଇଲେ ଅର୍ଜନ ଧନ ବା ସଞ୍ଚôତ ଧନ ଶୀଘ୍ର ବୃଥାରେ ଖର୍ଚ୍ଚ ହୋଇଥାଏ ମାତ୍ର କୃଷି ପଶୁପକ୍ଷୀ ପାଳନରେ ସମୟ ଦେଲେ ଧନ ବୃଦ୍ଧି ହୋଇ ଥାଏ ପରିଶ୍ରମ ସମୟ ମୂଲ୍ୟ ମିଳିଥାଏ । ଏହା ହିଁ ପୁରସ୍କାର । ସମୟ ହେଲା ଲୋକ କର୍ମକୁଣ୍ଠ ହେଲେ । ପରକୁ ଠକି ଗୋଲାମ କରି ନିଜର ନିତ୍ୟ ସମୟ ଓ ଜୀବନ ଧାରା ଆଗକୁ ବଢ଼ାଇବାରେ ଲାଗୁଛନ୍ତି ସେମାନେ ଆଗ ଉତ୍ତର ପୁରୁଷକୁ କେବଳ ଶ୍ରମଜୀବୀ ଜୀବନ ପରି ଜୀବନ କଟାଇବାକୁ ବାଧ୍ୟ କରିବେ । ଏବେ ହଳମଜୁରି କୃଷି ଶ୍ରମିକ ମଜୁରି ଯେତିକି ପାଠ ପଢ଼ି କଣ୍ଟ୍ରାକଚୁ୍ୟଆଲ କମ୍ପୁ୍ୟଟର ବା ଅନ୍ୟାନ୍ୟ ତତୁଲ୍ୟ ବୃତ୍ତିଧାରୀ ଶିକ୍ଷକମାନେ ପ୍ରାୟ ଦିନକୁ ସେହି ଅର୍ଥ ବି ପାଉ ନାହାଁନ୍ତି । କାଳକ୍ରମେ ଲୋକ ପ୍ରତିଯୋଗିତା ପ୍ରସ୍ତୁତ କରି ସଫଳ ନହେଲେ ଏପରି କଣ୍ଟ୍ରାକ୍ଟ ଚାକିରିରେ ମୁତୟନକୁ ବାଧ୍ୟ ହେଉଛନ୍ତି । ପୂର୍ବେ ଓଭର ଟାଇମ କଲେ ପ୍ରକୃତ ମଜୁରିର ଦୁଇ ଗୁଣ ମଜୁରି ପାଉଥିଲେ ଏବେ ପ୍ୟାକେଜ ଦରମାରେ ଏ ସବୁ ମଜୁରି ବଢ଼ାଇ ଲୋଭ ଦେଖାଯାଉଛି । ପ୍ରକୃତରେ ଏ ପ୍ରତାରଣା ଚାକିରି ପ୍ରବେଶରେ ପ୍ରାର୍ଥୀ ଏହାକୁ ପୁରଷ୍କାର ମନେ କରୁଛନ୍ତି । ଦ୍ରବ୍ୟ ବଦଳରେ ଶ୍ରମ ଆମ ଦେଶରେ ଥିଲା । ଚାହାଳୀ ମାଷ୍ଟ୍ର ଆପଣେ ଚାଷ ଜମିରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଶ୍ଳିଷ୍ଟ ଗ୍ରାମର ଚାଷୀଙ୍କ ଶସ୍ୟ ଆମଦାନି ବେଳେ ଧାନ ହଳା ମାଗଣ କରି ଆଣି ନିଜର ବାର୍ଷିକ ଭୋଜନ ବ୍ୟବସ୍ଥା କରୁଥିଲେ । କମାର, ବଢ଼େଇ, ବାରିକ, କୁମ୍ଭାର ଏମାନେ ଧାନ ଅମଳ ବେଳେ ଧାନ କ୍ଷେତ୍ରରୁ କିଛି ହଳ ପାଉଥିଲେ ବା ବାର୍ଷିକ ଥରେ ବର୍ତ୍ତନ ଆକାରରେ ଧାନ ବା ଜମିରୁ ହେତା ପାଉଥିଲେ । ଯାହା ବଡ଼ ବଡ଼ ଜମି ମାଲିକମାନେ ତାଙ୍କର ଗୃହର ସେବା ପାଇଁ ପରିଶ୍ରମ କରି ଚାଷ କରି ଫସଲ ଉପୁଜାଇ ବର୍ଷକ ଖାଦ୍ୟ ପାଇଁ ଲାଗି ରହିବା ପାଇଁ ଜମି ପ୍ରଦାନ କରୁଥିଲେ । ନଡ଼ିଆ ଗଛରୁ ନଡ଼ିଆ ଖୋଳିବା ପାଇଁ ଫଳ ତୋଳି ସେ ଫଳରୁ କିଛି ଫଳ ନଡ଼ିଆ, ଗୁଆ, ଡାଳବାହୁଙ୍ଗୀ, ସଜ ପାଇଁ ଦିଆଯାଉଥିଲା । ବର୍ତ୍ତମାନ ସବୁ ଟଙ୍କା ପଇସାରେ ମଜୁରି ଧାର୍ଯ୍ୟରେ ଲାଗୁ ହେଲାଣି । ସରକାରୀ ବ୍ୟବସ୍ଥା ଲୋକ ସୁବିଧା ଅସୁବିଧା ପାଇଁ ଅଛନ୍ତି । ପୁଣି ନେତା, ମନ୍ତ୍ରୀ ସମୟ ଅନୁସାରେ ପରିସ୍ଥିତି ସବୁ ସମୁହ ଭାବରେ ସମାଧାନ ପାଇଁ ଚେଷ୍ଟା କରିବା ସହିତ ଏକ ଏକ ଗୋଷ୍ଠୀ ବାଛି ତାଙ୍କର ସୁବିଧା ଚିନ୍ତା କରୁଛନ୍ତି । କିନ୍ତୁ ଏଥିରେ କିଛି ଭ୍ରାନ୍ତି ଯେ ରହୁଛି ଏକଥା କେହି ବିଚାରୁ ନାହାଁନ୍ତି । ନୀଳବର୍ଣ୍ଣ ଶୃଗାଳ ପରି ହୋଇ ସ୍ୱ ଶୃଗାଳ ଗୋଷ୍ଠୀକୁ ନପଚାରିବା ପରି ପଦବୀ ଆସିବାପରେ ହୋଇଯାଉଛନ୍ତି । ଅନେକ ବେଙ୍ଗ ସର୍ବ ମସ୍ତିଷ୍କରେ ବସି ନିଜକୁ ବଡ଼ ଭାବୁଛନ୍ତି । ବିପ୍ଳବ ଏମିତି ଆସିବ ଲୋକ ବିପ୍ଳବ ଏମିତି ହେବ ସବୁ ପଦ ପଦବୀ ଦିନେ ଖାର ହୋଇଯିବ । ଲୋକଙ୍କ ଭୋଟ ପୁରସ୍କାର ହୋଇଥିବା ପୁଣି ଦିନେ ଅଭିଶାପ ମାର୍ଗକୁ ଚାଲିଯିବ ।
ମୋ: ୯୪୩୭୦୩୧୨୫୩