ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ ଉପରେ କର୍ମଶାଳା
ଭଦ୍ରକ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯନô ଅନୁଷ୍ଠାନର କର୍ମଚାରୀ ଓ ଶିଶୁ ମାନଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ ଉପରେ ଏକ ଦିବସୀୟ କର୍ମଶାଳା ଶିଶୁ ଯନô ଅନୁଷ୍ଠାନ ଗାନ୍ଧୀ ଓଡିଶା ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ ଯୋଗଦେଇ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ ଜୀବନ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ବୋଲି କହିଥିଲେ । ଏଥିନିମନ୍ତେ ଯୋଗ ଓ ଧ୍ୟାନର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡାକ୍ତର ଭାରତୀ ରାଉତ, ବିଷୟ ବିଶାରଦ ଭାବେ ଲୋନୀ ଲିୟନା ବେହେରା ଯୋଗଦେଇତ୍ତନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟ କ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ କର୍ମଶାଳା ଶିଶୁ ମାନଙ୍କ ନିମନ୍ତେ ଏକ ଉପଯୁକ୍ତ କାର୍ଯ୍ୟକ୍ରର୍ମ ଓ ଏହା ଦ୍ୱାରା ଶିଶୁ ବହୁତ ଉପକୃତ ହୋଇଥାଏ ବୋଲି କହିଥିଲେ ।
ଏହି କାର୍ଯ୍ୟ କ୍ରମରେ ଭଦ୍ରକ ଜିଲ୍ଲାର ନଅ ଗୋଟି ଶିଶୁ ଯନô ଅନୁଷ୍ଠାନ ଯଥା ଗାନ୍ଧୀ ଓଡିଶା ବାଳାଶ୍ରମ, ଯୋଗୀରୁଷି ଲାଚମନ ଦାସ ଶିଶୁ ଆଶ୍ରମ, ଉକôଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ମହାପୁରୁଷ ଆଶ୍ରମ, ଶାନ୍ତି ଆଶ୍ରମ, ଆସିୟାନା, ଫେଲ୍ଲୋଶିପ, ବାତ୍ସଲ୍ୟ, ମାନବସେବା କନ୍ୟା ଆଶ୍ରମର ଅଧିକ୍ଷକ, କାଉନସେଲର, ପ୍ରୋବେଶନ ଅଧିକାରୀ, ଗୃହମାତା ଓ ଅନ୍ୟନ୍ୟ କର୍ମକର୍ତା ଓ ଶିଶୁ ଯନô ଅନୁଷ୍ଠାନର ଶିଶୁ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ସ୍ୱାଗତିକା ବାରିକ, ସୁବ୍ରତ କୁମାର ଦାସ ମହେଶ ଚନ୍ଦ୍ର ଦାଶ ଓ ଚାଇଲ୍ଡ ଲାଇନ କର୍ମ କର୍ତ୍ତା ମଧ୍ୟ ଯୋଗଦାନ କରିଥିଲେ । ଶେଷରେ ଗାନ୍ଧୀ ଓଡିଶା ବଳାଶ୍ରାମର ସସ୍ମିତା ନାୟକ ଧନ୍ୟ ବାଦ ପ୍ରଦାନ କରିଥିଲେ ।