ଜଗନ୍ନାଥଙ୍କ ଆଶୀର୍ବାଦ ଓ ଜନତାଙ୍କ ବିଶ୍ୱାସ କଂଗ୍ରେସକୁ ସୁଦୃଢ଼ କରିବ: ଭକ୍ତ

ଜଗନ୍ନାଥଙ୍କ ଆଶୀର୍ବାଦ ଓ ଜନତାଙ୍କ ବିଶ୍ୱାସ କଂଗ୍ରେସକୁ ସୁଦୃଢ଼ କରିବ: ଭକ୍ତ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେଲାପରେ ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ  । ସମର୍ଥକଙ୍କ ସହିତ ଲଗାତାର ତିନିଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ,  କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇ ଆଗକୁ ଚାଲିଛନ୍ତି  । କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି  । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି  । ଓଡିଶାର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗୋ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ନକୁଳ ନାୟକ, ପ୍ରାକ୍ତନମନ୍ତ୍ରୀ ବିଜୟଲକ୍ଷ୍ମୀ, ଓଡିଶା ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ, ରୋଜାଲିନ ତିର୍କି,  ଅନନ୍ତ ସେଠୀ, ଶରତ ରାଉତ, ପ୍ରାକ୍ତନ ବିଧାୟକ ସନ୍ତୋଷସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ବିଶ୍ୱିଜିତ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ  । ଜନତାଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ସବୁକିଛି ବଳିଦାନ ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ । ଆଗକୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ଠାରୁ ଆରମ୍ଭ କରି ସମସ୍ତ ଛାମୁଆଁ ସଂଗଠନକୁ ନେଇ ସାରା ରାଜ୍ୟରେ ଲଢ଼େଇର ଡାକରା ଦେବେ । ରାଜନୈତିକ ଦଳ ଭାବେ ଜନତାଙ୍କ ପାଖରେ ପହଞ୍ଚôବା ଆମର ମୁଖ୍ୟ ଲକ୍ଷ୍ୟ ରହିବ  । ଜଗନ୍ନାଥଙ୍କ ପାଖରେ ସମର୍ପଣ ଭାବ ନେଇ ସଂକଳ୍ପ କରିଛୁ ଯେ ସାଧାରଣ ଜନତାଙ୍କ ସେବାରେ କଂଗ୍ରେସ କାର୍ଯ୍ୟକରିବ । ଦରଦାମ ଆଜି ଆକାଶଛୁଆଁ, ଲୋକଙ୍କ ପାଖରେ ସଂଚୟ ନାହିଁ  । ଆଦିବାସୀ, ଦଳିତ ଓ ଅବହେଳିତ ବର୍ଗ ପାଇଁ ଦଳ ଯେଉଁ ସଂକଳ୍ପ ନେଇଛି ସେଥିପାଇଁ ଅହରହ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଲଲ୍ଲୁ କହିଥିଲେ  । 
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ବହୁ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ । ଜୟଦେବ ଜେନା ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ଓଡିଶାର ଜନସାଧାରଣ କଂଗ୍ରେସ ଆଡକୁ ମୁହାଁଇଲାଣି  । ଏକ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି ଆଜି ପ୍ରଦେଶ କଂଗ୍ରେସ ସଭାପତି ହୋଇଛନ୍ତି  । ମୁଁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି  । ତେବେ ଶ୍ରୀକାନ୍ତ ଜେନା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏକ ବଡ ସମ୍ଭାବନା ସୃଷ୍ଟି ହୋଇଛି ଏହାକୁ ଆମେ ହାତଛଡା କରିବୁ ନାହିଁ  । ଆସନ୍ତା ଦିନରେ କଂଗ୍ରେସ ନିଶ୍ଚିତ ସରକାର କରିବ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ  ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯିବ, ସେ ଜଣେ ଭଲ ଲଢ଼ୁଆ ନେତା ଅଟନ୍ତି  । ଏହି ଅବସରରେ କଂଗ୍ରେସକୁ ସଶକ୍ତ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରିବା ସହ ଜନତାଙ୍କ ସାଙ୍ଗରେ ରହିବେ ବୋଲି ପ୍ରକାଶ କରାଯାଇଥିଲା ।