ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ଭୁବନେଶ୍ୱର : ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ। ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ନେଇ ମତ ରଖିଛନ୍ତି ନୂଆ ସଭାପତି ପଙ୍କଜ। ସେ କହିଛନ୍ତି, ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି ।