ଏସ୍ଭି-ନିରତାରର ସୁବର୍ଣ୍ଣ ଜୟନ୍ତୀ ପାଳିତ
ଓଲଟପୁର/ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କର ପୁନର୍ବାସ ଓ ଥଇଥାନ ନିମନ୍ତେ ପରିଚିତ କଟକର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ଏସ୍ଭି-ନିରତାର)ର ୫୦ ତମ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ‘ଏସ୍ଭି-ନିରତାର’ର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଜୀବନରେ କିପରି ଶିକ୍ଷା, ଥଇଥାନ, ନିଯୁକ୍ତି ଏବଂ ଓକିଲାତି ମାଧ୍ୟମରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି, ଉସôବରେ ଏହାର ଅର୍ଦ୍ଧଶତାବ୍ଦୀର ଉଲ୍ଲେଖନୀୟ ଯାତ୍ରାରେ ଦୃଢ଼ ସମର୍ପଣର ଭାବ ସହ ସେବା ସଂପର୍କରେ ଆଲୋକପାତ କରାଯାଇଥିଲା । ଆୟୋଜିତ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉସôବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି, ସାମାଜିକ ନ୍ୟାୟ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ଏବଂ ଏସ୍ଭି-ନିରତାରର ନିଦେ୍ର୍ଦଶକ ଡା. ପତିତପାବନ ମହାନ୍ତି ଏବଂ ସଂସ୍ଥାନର ଉପନିଦେ୍ର୍ଦଶକମାନଙ୍କ ଉପସ୍ଥିତିରେ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉସôବର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ।