ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ : ଅରୁଣ-ସାରଦା କଥା କଟାକଟି
ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ମାହାଙ୍ଗା ପ୍ରସଙ୍ଗ । ଯେଉଠି ବିଜେଡି ବିଧାୟକ ଅରୁଣ କହିଥିଲେ, ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଖର୍ଚ୍ଚ ହୋଇପାରୁନି । ବିଧାୟକ କହିଲେ, ଯଦି ଦୁର୍ନୀତି ହୋଇଛି, ତାଙ୍କ ଗୋଡ ଉପରକୁ କରିକି ବାଡାଅ । ନିର୍ବାଚିତ ପ୍ରତିନିଧି ମାନେ ଆନ୍ଦୋଳନ କରୁଥିଲେ, ତାଙ୍କୁ ଗୁଣ୍ଡା ଲଗାଇ ବାଡେଇଲେ । ପୋଲିସଙ୍କୁ ମଧ୍ୟ ବାଡେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ରାଜ୍ୟରେ ବିଗିଡି ଗଲାଣି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗୁଣ୍ଡାମାନଙ୍କ ଦ୍ଵାରା ମାଡ଼ ମରାଯାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେତେବେଳେ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ବାଚସ୍ପତି ନିର୍ଦ୍ଦେଶ ଦାବି କରିଛନ୍ତି ଅରୁଣ ସାହୁ । ମାର୍ଚ୍ଚ ୩୧ ସୁଦ୍ଧା ଗତ ବଜେଟ୍ ଖର୍ଚ୍ଚ କରନ୍ତୁ ସରକାର । ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ ବୋଲି କହିଛନ୍ତି ଅରୁଣ ।
ଏହାପରେ ଏହି ପ୍ରସଙ୍ଗରେ ଅରୁଣ ସାହୁଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । କୌଣସି ଠିକାଦାରଙ୍କ ବିଲ୍ ଅଟକ ରଖାଯାଇନାହିଁ । ଯେଉଁମାନେ ମାହାଙ୍ଗା ଯାଇଥିଲେ ୪ ଜଣ ବିଜେଡ଼ି ନେତା...ପରୀ ହତ୍ୟାକାରୀ, pso ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ ନେତା ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ୪ ଜଣ କଣ ୪୦ଜଣ ଗଲେ ବି ବିନା କାମରେ ବିଲ୍ ପାସ୍ ହେବନି ବୋଲି କହିଥିଲେ ସାରଦା ।
ଏହାସହ ବିଲ ପାସ ହୋଇନି ବୋଲି ସରପଞ୍ଚ, ଜିଲ୍ଲା ପରିଷଦ, ଚେୟାର ମ୍ୟାନ କେବେ ଧାରଣାରେ ବସନ୍ତି କି ? ସେଠାକୁ ଯାଇଥିବା ବିଧାୟକମାନେ ଗଣ୍ଡଗୋଳକାରୀ । ବିଧାୟକ ମାନେ ଯିବାରୁ ଗଣ୍ଡଗୋଳ ହେଲା । ବିଧାୟକମାନେ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିବା ସହ, ଯେଉଁ ୫୦ ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଞ୍ଚାୟତ ପ୍ରତିନିଧି ମାନେ କଣ ଠିକାଦାର ? ବୋଲି ସେ ପ୍ରଶ୍ନ କରିଥିଲେ ।