ଓଡିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଧେୟକ ,୨୦୨୪ ଉପରେ ବିଚାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ମାନ୍ୟବର ବାଚସ୍ପତି ମହୋଦୟା !
1.ଦ୍ରବ୍ୟ ଓ ସେବା କର ବା Goods and Services Tax (GST) ଆମ ଦେଶରେ ୨୦୧୭ ମସିହା ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି ।
2.କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଥିବା Service Tax ଓ Excise Duty ଇତ୍ୟାଦି ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ପ୍ରଚଳିତ ଥିବା Value Added Tax (VAT), Central Sales Tax (CST) ଓ Entry Tax ଇତ୍ୟାଦି ସର୍ବମୋଟ ୧୭ ଟି Tax ବଦଳରେ ସାରା ଦେଶରେ GST ଲାଗୁ କରାଯାଇଛି । ଏହା One Nation One Tax ର ଏକ ସଫଳ ନିଦର୍ଶନ।
3.GST ଲାଗୁ କରିବା ପାଇଁ ୨୦୧୭ ମସିହାରେ ସମ୍ୱିଧାନର ୧୦୧ତମ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ଜରିଆରେ GST Council ଗଠନ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଏହି Council ର ଅଧ୍ୟକ୍ଷ ଓ ରାଜ୍ୟ ଗୁଡ଼ିକର ଅର୍ଥମନ୍ତ୍ରୀମାନେ ଏହାର ସଭ୍ୟ ଅଟନ୍ତି ।
4.GST ଲାଗୁ ହେବା ଭାରତର ସୁସ୍ଥ ସଙ୍ଘୀୟ ବ୍ୟବସ୍ଥାର ଏକ ଜ୍ୱଳନ୍ତ ନିଦର୍ଶନ । GST ବାବଦରେ ସବିଶେଷ ଆଲୋଚନା GST Council ରେ ହୁଏ ଏବଂ ତଦନୁଯାୟୀ GST Council କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ GST ଆଇନ କରିବା ପାଇଁ ଓ GST ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ନେବା ପାଇଁ ପ୍ରସ୍ତାବ ଦେଇଥାଏ ।
5.GST ପାଇଁ କେନ୍ଦ୍ର ସରକାର Central GST (CGST) Act’ 2017 ଓ Integrated GST (IGST) Act’ 2017 ପ୍ରଣୟନ କରିଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟ ପାଇଁ 2017 ମସିହାରେ State GST Act, ପ୍ରଣୟନ କରିଛନ୍ତି । ତଦନୁସାରେ, 2017 ମସିହାରେ, ତତ୍କାଳୀନ ଓଡ଼ିଶା ସରକାର Odisha GST (OGST) Act’ 2017 ପ୍ରଣୟନ କରିଥିଲେ ।
6.2017 ରୁ ବର୍ତ୍ତମାନ ପର୍ଯ୍ୟନ୍ତ, GST Council ର ସୁପାରିଶ ଅନୁଯାୟୀ, Odisha GST Act ର 6 ଥର ସଂଶୋଧନ କରାଯାଇସାରିଛି ।
7.OGST Act’ 2017 ର ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ପ୍ରସ୍ତାବିତ ସଂଶୋଧନ ମଧ୍ୟ GST Council ର ସୁପାରିଶ ଅନୁଯାୟୀ କରାଯାଇଛି ।
8.ସଂଗୃହୀତ GST ର ଅଧା କେନ୍ଦ୍ର ରାଜକୋଷକୁ ଓ ଅଧା ସମ୍ପୃକ୍ତ ରାଜ୍ୟର ରାଜକୋଷକୁ ଯାଇଥାଏ । ଉଦାହରଣ ସ୍ୱରୂପ : ଯଦି 18% GST Rate ଥିବା ଏକ ଦ୍ରବ୍ୟ ବା ସେବା ଓଡ଼ିଶା ଭିତରେ କିଣା ବିକା ହୁଏ, ତେବେ କେନ୍ଦ୍ର ସରକାର CGST Act ଅନୁଯାୟୀ 9% ଓ ଓଡ଼ିଶା ସରକାର OGST Act ଅନୁଯାୟୀ ଅବଶିଷ୍ଟ 9% GST ଟିକସ ପାଇଥାନ୍ତି ।
9.ଯେହେତୁ GST ବ୍ୟବସ୍ଥାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୋଟିଏ କିଣା ବିକାରୁ ସମାନ ଟିକସ ଅଧା – ଅଧା ହିସାବରେ ପାଇଥାନ୍ତି, ତେଣୁ CGST Act ଓ OGST Act ଦ୍ୱୟର ଟିକସ ପ୍ରାବଧାନ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସମାନ । ସେଥିପାଇଁ ରାଜ୍ୟମାନଙ୍କର SGST Act ଗୁଡ଼ିକୁ କେନ୍ଦ୍ରର CGST Act ର Mirror Act ବୋଲି କୁହାଯାଏ । ତେଣୁ GST Council ର ନିଷ୍ପତ୍ତି ଅନୁଯାୟୀ CGST Act ଓ SGST Act ଗୁଡ଼ିକୁ ସମାନ ସମୟରେ ସମାନ ଭାବେ ସଂଶୋଧନ କରାଯାଏ ।
10.11 July,2023 ତାରିଖରେ ହୋଇଥିବା GST Council ର 50ତମ ବୈଠକରେ CGST Act ଓ SGST Act ଗୁଡ଼ିକୁ ପୁନର୍ବାର ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତଦନୁସାରେ, କେନ୍ଦ୍ର ସରକାର Finance Act’ 2024 ମାଧ୍ୟମରେ CGST Act’ 2017 କୁ 15 Feb’ 2024 ରୁ ସଂଶୋଧନ କରିସାରିଛନ୍ତି । ସମାନ ଭାବରେ OGST Act’ 2017 ର ସଂଶୋଧନ ବର୍ତ୍ତମାନ ନିତାନ୍ତ ଆବଶ୍ୟକ । ଯେହେତୁ ସଂଶୋଧିତ ପ୍ରାବଧାନ ଗୁଡ଼ିକ 2024 ମସିହା Oct 1 ଓ 2025 ମସିହା Apr 1 ତାରିଖରୁ ସାରା ଦେଶରେ ଲାଗୁ ହେବାପାଇଁ ଯାଉଅଛି, ପ୍ରସ୍ତାବିତ OGST Act’ 2017 ର ସଂଶୋଧନ ବର୍ତ୍ତମାନ ନିତାନ୍ତ ଜରୁରୀ ଅଟେ ।
11. GST ଏକ Value Added Tax ବ୍ୟବସ୍ଥା । କିଣାବିକା ପ୍ରକ୍ରିୟାର ପ୍ରତ୍ୟେକ stage ରେ ହେଉଥିବା Value Addition ଉପରେ କେବଳ GST ଆଦାୟ କରାଯାଏ । ଗୋଟେ ଜିନିଷ କିଣି, ସେଥିରେ କିଛି value addition କରି, ପୁଣି ଯଦି ତା’କୁ ବିକ୍ରି କରାଯାଏ; ତେବେ ବିକ୍ରି ସମୟରେ ଦେବାକୁ ଥିବା GST ରୁ, କିଣିବା ବେଳେ ଦିଆସରିଥିବା GSTକୁ ଫେଡ଼ାଣ କରି, ନେଟ GST ଦାଖଲ କରାଯାଏ । ଉଦାହରଣ ସ୍ୱରୂପ :– ଯଦି 200 ଟଙ୍କାର ଗୋଟେ ଜିନିଷକୁ 18% GST ହାରରେ 36 ଟଙ୍କା GST ଦେଇ ମୁଁ 236 ଟଙ୍କାର କିଣେ ଓ ସେଥିରେ value addition କରି ମୁଁ ନୂଆ ଜିନିଷକୁ 300 ଟଙ୍କା ଉପରେ 18% GST ହାରରେ 54 ଟଙ୍କା GST ଲଗାଇ 354 ଟଙ୍କାରେ ବିକ୍ରି କରେ; ତେବେ ମୋ’ର ବିକ୍ରି ଉପରେ ମୁଁ ସରକାରଙ୍କ ପାଖରେ 54 ଟଙ୍କାରୁ 36 ଟଙ୍କା ଫେଡ଼ାଣ କରି କେବଳ 18 ଟଙ୍କା GST ଆକାରରେ ଦାଖଲ କରିବି ।
ଏଠାରେ 54 ଟଙ୍କାକୁ Gross Tax Liability କୁହାଯାଏ ଓ 36 ଟଙ୍କାକୁ Input Tax Credit (ITC ) କୁହାଯାଏ । Gross Tax Liability ରୁ Input Tax Credit (ITC)କୁ ଫେଡ଼ାଣ କଲାପରେ ଯାହା ରହେ, ତାହା Net Tax Paid ବା payable ବୋଲି କୁହାଯାଏ।
12.ତେଣୁ GST ବ୍ୟବସ୍ଥାରେ Input Tax Credit ବା ITC ଅତି ଗୁରୁତ୍ୱପୂର୍ଣ୍ଣ । ITC claim କରିବା ଦ୍ଵାରା ଜଣକର GST liability କମି ଥାଏ । କିଣାଯାଉଥିବା ଦ୍ରବ୍ୟ ବା ସେବା ଉପରେ ଲାଗିଥିବା GST କୁ ITC ହିସାବରେ ନିଆଯାଏ ଏବଂ ଏହି ITC ଦ୍ଵାରା ଦ୍ରବ୍ୟ ବା ସେବା ବିକ୍ରି ସମୟରେ ଜଣଙ୍କର GST liability କମ ହୁଏ ।
13.ତେଣୁ ITC claim କରିବା ପାଇଁ ଆପଣ ଦ୍ରବ୍ୟ ବା ସେବା ବିକ୍ରି କରିବା ଦରକାର । କାରଣ ଏହି ବିକ୍ରି ସମୟରେ ଲାଗୁଥିବା GST ଉପରେ ଆପଣ ITC ଫେଡାଣ କରିବାର ଲାଭ ପାଇ ପାରିବେ । ତେଣୁ, ଯଦି ଆପଣ ଦ୍ରବ୍ୟ ବା ସେବା କିଣିଛନ୍ତି, କିନ୍ତୁ ତା’ପରେ ଆପଣ କିଛି ବିକ୍ରି କରୁନାହାନ୍ତି; ତେବେ ଆପଣ କିଣା ଉପରେ ହେଇଥିବା GST ର ITC Adjustment ର ଫାଇଦା ପାଇପାରିବେ ନାହିଁ ।
14.କିନ୍ତୁ ଉପରୋକ୍ତ ପ୍ରାବଧାନ ଯୋଗୁଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅଶେଷ କ୍ଷତି ସହିବାକୁ ପଡିବ । ଅନେକ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର Head Office ରୁ କୌଣସି ଦ୍ରବ୍ୟ ବା ସେବା ବିକ୍ରି ହୁଏ ନାହିଁ । ସବୁ ବିକ୍ରି Branch Office ବା field unit ରୁ ହୁଏ । କିନ୍ତୁ Head Office ଅନେକ ସମୟରେ, ପ୍ରଶାସନିକ ସୁବିଧା ପାଇଁ, Branch Office ବା Field Unit ଗୁଡ଼ିକ ପାଇଁ Centrally ଅନେକ ସେବା କିଣିଥାଏ । ଯଥା:- Security Service, Legal Service, IT System Upgradation Service ଇତ୍ୟାଦି । ଏହି service ଗୁଡ଼ିକ ଅନ୍ୟଠାରୁ କିଣିବା ସମୟରେ Head Office ବହୁତ ITC ଅର୍ଜନ କରିଥାଏ । କିନ୍ତୁ ଯେହେତୁ Head Office ରୁ କୌଣସି ଦ୍ରବ୍ୟ ବା ସେବା ବିକ୍ରି ହୁଏ ନାହିଁ, ତେଣୁ Head Office ଅର୍ଜନ କରିଥିବା ITC ର ଲାଭ ଉଠାଇ ପାରେନାହିଁ ।
15.ଏଇଥି ପାଇଁ GST Act ଗୁଡ଼ିକରେ Input Service Distributor (ISD) ଭାବରେ ଏକ ବ୍ୟବସ୍ଥା ରଖାଯାଇଛି । Head Office ମାନେ ନିଜକୁ ISD ଭାବରେ Registration କରି ତାଙ୍କର ଅର୍ଜିତ ITC କୁ Branch Office ଓ Field Unit ମଧ୍ୟରେ ଆନୁପାତିକ ଭାବେ ବାଣ୍ଟିଦେଇ ପାରିବେ । Branch Office ଓ Field Unit ଗୁଡ଼ିକ ତା’ଙ୍କର GST liability ରୁ Head Office ରୁ ପାଉଥିବା ଆଇଟିସି କୁ ଫେଡ଼ାଣ କରି Net GST ସରକାରଙ୍କୁ ଦେବେ । ଏଣୁ ଏହି Input Service Distributor(ISD) ପ୍ରାବଧାନ ଯୋଗୁଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ତା’ଙ୍କର ନ୍ୟାୟୋଚିତ ITC ଲାଭ ପାଇପାରନ୍ତି।
ପ୍ରସ୍ତାବିତ ବିଧେୟକରେ 4 ଗୋଟି ସଂଶୋଧନ ଅଣାଯିବାର ପ୍ରସ୍ତାବ ରହିଛି ।
(1) ସାଧାରଣତଃ ରାଜ୍ୟର GST Commissioner ପଦବୀରେ Commissioner-cum-Secretary ପାହ୍ୟାର ଅଧିକାରୀ ନିଯୁକ୍ତ ହୋଇଥାନ୍ତି । ଯଦି ଏହି ପଦବୀରେ Principal Secretary ପାହ୍ୟାର ଅଧିକାରୀ ନିଯୁକ୍ତ ହୁଅନ୍ତି, ତାଙ୍କୁ GST Chief Commissioner ଆଖ୍ୟା ଦିଆଯାଏ । OGST Act, 2017 ର Section 2 ର clause 24 ଅନୁଯାୟୀ Commissioner କହିଲେ ରାଜ୍ୟର GST Commissioner ବା Principal Commissioner ବା Chief Commissioner ଙ୍କୁ ବୁଝାଏ । କିନ୍ତୁ ଏହି Act ର Section-3ରେ କେବଳ Commissioner ପଦବୀ ଉଲ୍ଲେଖ ହୋଇଛି ଏବଂ Chief Commissioner ପଦବୀ ଉଲ୍ଲେଖ ହୋଇନାହିଁ । Section-3 କୁ ସଂଶୋଧନ କରି “Chief Commissioner ” ପଦବୀକୁ ଯୋଡିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
(2) ପାନମସଲା ଓ ତମାଖୁଜାତ ଦ୍ରବ୍ୟଗୁଡିକ ଉତ୍ପାଦନ କରୁଥିବା ବ୍ୟକ୍ତି ବା ସଂସ୍ଥାମାନେ ଅନେକ ସମୟରେ ଟିକସ ଫାଙ୍କିଥାନ୍ତି । ଏହାକୁ ରୋକିବା ପାଇଁ CGST Act ଓ OGST Act ର Section 148 ଅନୁସାରେ ସେମାନଙ୍କୁ ବ୍ୟବହାର କରୁଥିବା Machine ଗୁଡିକୁ GST ଅଧିକାରୀଙ୍କ ପାଖରେ Registration କରିବାର ପ୍ରାବଧାନ କରାଯାଇଛି । GST Act ର Section 122 ରେ GST Act ର ଖିଲାପି କଲେ କ’ଣ penalty ପଡିବ, ତାହା ଉଲ୍ଲେଖ କରାଯାଇଛି । କିନ୍ତୁ ସେଥିରେ ପାନମସଲା ଓ ତମାଖୁଜାତ ଦ୍ରବ୍ୟଗୁଡିକ ଉତ୍ପାଦନ କରୁଥିବା Machine ଗୁଡିକର registration ନକଲେ penalty ର ପ୍ରାବଧାନ ନାହିଁ । ଏଣୁ ଏହି ସଂଶୋଧନ ମାଧ୍ୟମରେ 122 A ନାମରେ ଏକ ନୂତନ section ଯୋଡା ଯିବା ପାଇଁ ପ୍ରସ୍ତାବ ଅଛି । ଏହି ପ୍ରସ୍ତାବିତ section 122 A ଅନୁସାରେ Machine ଗୁଡିକୁ Registration ନକଲେ ପ୍ରତ୍ୟେକ machine ପିଛା ଲକ୍ଷେ ଟଙ୍କା penalty ଓ Machine କୁ ବାଜ୍ୟାପ୍ତ କରିବାର ପ୍ରାବଧାନ ରହିଛି । ଏପରି ଏକ ଦୃଢ ଶାସ୍ତିବିଧାନ ଦ୍ୱାରା ଅଧିକ ରାଜସ୍ୱ ଆଦାୟ କରାଯାଇପାରିବ ।
(3) ବର୍ତ୍ତମାନ OGST Act ର Section 20 ରେ ISD ମାନେ କିପରି ଅର୍ଜିତ ITC କୁ Branch Office ବା Field Unit ମାନଙ୍କ ମଧ୍ୟରେ ବାଣ୍ଟିବେ, ତାହା ଉଲ୍ଲେଖ ହୋଇଛି । କିନ୍ତୁ Act ଅନୁସାରେ ISD ମାନଙ୍କ ଉପରୋକ୍ତ ପଦ୍ଧତିରେ ITC ବଣ୍ଟନ ବାଧ୍ୟତାମୂଳକ ନୁହେଁ । ଏହା ବାଧ୍ୟତାମୂଳକ ନଥିବାରୁ, ଦେଖା ଯାଇଛି ଯେ କେତେକ ISD ସଂସ୍ଥା ITC ବଣ୍ଟନ ନକରି, Branch Transfer ବା ଅନ୍ୟାନ୍ୟ ଜଟିଳ ଉପାୟରେ ITC adjust କରି GST ଫାଙ୍କୁଛନ୍ତି । ତେଣୁ ଏହି ସଂଶୋଧନରେ ISD ମାନଙ୍କ ଦ୍ଵାରା ITC ବଣ୍ଟନକୁ ବାଧ୍ୟତାମୂଳକ କରାଯିବାର ପ୍ରସ୍ତାବ ରହିଛି । ଏହା ଦ୍ଵାରା ISD ସଂସ୍ଥା ମାନେ GST ଫାଙ୍କିବାର ସୁଯୋଗ ପାଇବେ ନାହିଁ । ଦ୍ଵିତୀୟତଃ, ISD ମାନଙ୍କ ଦ୍ଵାରା ITC ବଣ୍ଟନ ପ୍ରଣାଳୀର ମୁଖ୍ୟ ବିନ୍ଦୁଗୁଡିକ ବର୍ତ୍ତମାନ OGST Act ର section 20 ରେ ଲିପିବଦ୍ଧ ହୋଇଛି । ଯଦି ଭବିଷ୍ୟତରେ ଏହି ପ୍ରଣାଳୀରେ ଛୋଟ ବା ବଡ କିଛି ପରିବର୍ତ୍ତନ ଦରକାର ପଡେ, ତେବେ Act ର ସଂଶୋଧନ ଦରକାର ହେବ, ଯାହାକି ସମୟ ସାପେକ୍ଷ ଏବଂ କଷ୍ଟକର । ତେଣୁ ଏହି ସଂଶୋଧନ ଦ୍ଵାରା OGST Act ରେ ଏହି ପ୍ରଣାଳୀ ବିଷୟରେ ଯାହା କିଛି ଲେଖାଯାଇଛି, ତାକୁ OGST Act ରୁ ହଟାଇ Rule ରେ ଲେଖିବା ପାଇଁ ପ୍ରସ୍ତାବ ଅଛି । ଯେହେତୁ rule ର ସଂଶୋଧନ ସହଜ ଓ ଶୀଘ୍ର ହୋଇପାରେ , ତେଣୁ ଭବିଷ୍ୟତରେ ଏହି ପ୍ରଣାଳୀରେ ଯଦି କିଛି ଛୋଟ ବା ବଡ ପରିବର୍ତ୍ତନ ଦରକାର ପଡେ , ତେବେ ସରକାର ସହଜରେ ଓ ଶୀଘ୍ର ତାହା କରି ପାରିବେ ।
(4) OGST Act ର section 20 ର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଏହି Act ର section 2 ର clause 61 ରେ ମଧ୍ୟ ISD ର ସଂଜ୍ଞାରେ ମଧ୍ୟ କିଛିଟା ସଂଶୋଧନ କରିବାର ପ୍ରସ୍ତାବ ରଖା ଯାଇଛି।
ଏହାକୁ ଦୃଷ୍ଟିରେ ରଖି ମୁଁ , Odisha Goods and Services Tax Act’ 2017ରେ ଚାରୋଟି ସଂଶୋଧନ ଆଣିବାକୁ ପ୍ରସ୍ତାବ ରଖୁଛି ଏବଂ ଏହି ପବିତ୍ରଗୃହର ମାନ୍ୟବର ସଦସ୍ୟମାନଙ୍କୁ ଏହା ଉପରେ ବିଚାର କରି ଏହି ସଂଶୋଧନ ପ୍ରସ୍ତାବକୁ ପାରିତ କରିବାକୁ ଅନୁରୋଧ କରୁଛି ।