ମନୋଜ ଆହୁଜା ମୁଖ୍ୟ ସଚିବ
Manoj Ahuja
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ଆଇଏଏସ ଶ୍ରୀ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତେବେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ନିକଟରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ଅବସର ପାଇଁ ଅନୁମତି ନେଇଛନ୍ତି ।