ଭୋଟ୍ ଦେଲେନି ଦେବାଶିଷ, କାହିଁକି ଜାଣନ୍ତୁ ?
Debasish Samantaray

ୱାକଫ୍ ବିଲକୁ ନେଇ ବିଜେଡ଼ି ଏବେ ଫାଳଫାଳ ହୋଇଯାଇଛି । ଦଳର ସାଂସଦ ମୁନା ଖାନ୍ ବିଲ୍ ବିପକ୍ଷରେ ଭୋଟ ଦେଇଥିବାବେଳେ ସପକ୍ଷରେ ଭୋଟ୍ ଦେଇଛନ୍ତି ସସ୍ମିତ ପାତ୍ର । ଅପରପକ୍ଷରେ ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ଭୋଟ୍ ଦେଇନଥିଲେ ବୋଲି କହିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ତେବେ ଅନ୍ୟ ସାଂସଦମାନେ କାହାକୁ ଭୋଟ୍ ଦେଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ମାନସ ମଙ୍ଗରାଜ ଓ ସୁଲତା ଦେଓ ବିଲ୍ ସପକ୍ଷରେ ଭୋଟ୍ ଦେଇଥାଇପାରନ୍ତି ବୋଲି କୁହାଯାଉଛି ।
ବିଜେଡ଼ିରେ ‘ୱାକଫ’ ଝଡ଼ ସୃଷ୍ଟି ହୋଇଛି । ହଲଚଲ ହୋଇଯାଇଛି ଶଙ୍ଖ ଭବନ । ଦଳର ବଡ଼ ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ସତରେ କ’ଣ ମୋଦିଙ୍କ ଆଡ଼କୁ ବିଜେପି ଢଳୁଛି ? ଏହାକୁ ନେଇ ଶଙ୍ଖ ଭବନରେ ଘମାସନ ଚର୍ଚ୍ଚା ହେଉଛି । ୱାକଫ ବିଲକୁ ନେଇ ବିଜେଡ଼ିରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଯାଇଛି ।
ୱାକଫକୁ ନେଇ ବିଜେଡ଼ି ଫାଳଫାଳ ହୋଇଯାଇଛି । ବିଜେଡ଼ି ୱାକଫ ବୋଡର଼୍କୁ ବିରୋଧ କରିବ ବୋଲି ସାଂସଦ ମୁନ୍ନା ଖାନ କହିଥିଲେ । ପରେ କିନ୍ତୁ ସସ୍ମିତ ପାତ୍ର କହିଥିଲେଯେ, ବିବେକାନୁମୋଦିତ ଭୋଟ୍ ଦେବାକୁ ଦଳର ସଭାପତି କହିଛନ୍ତି । କିନ୍ତୁ ଶେଷରେ ସସ୍ମିତ ବି ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି । ବିଜେଡ଼ିର ପ୍ରାୟ ସବୁ ସାଂସଦ ବିଲ୍ ସପକ୍ଷରେ ଭୋଟ ଦେବାକୁ ନେଇ ବିଜେଡ଼ିରେ ଫାଟ ସୃଷ୍ଟିହୋଇଛି ବୋଲି କୁହାଯାଉଛି । ଏନେଇ ବଦ୍ରି ପାତ୍ର କହିଛନ୍ତିଯେ, ମୁନା ଖାନ୍ କହିଥିଲେ ବିଲକୁ ବିରୋଧ କରିବାକୁ ଦଳ ନିଷ୍ପତ୍ତି ନେଇଛି । ତେବେ ପରେ ଭିନ୍ନ କଥା ଶୁଣିବାକୁ ମିଳିଲା । ନବୀନ ନିର୍ଦ୍ଦେଶ ଦେବା ପରେ ଏମିତି କେମିତି ହେଲା ? କିନ୍ତୁ ପରେ କିଛି ଚାପ ପଡ଼ିଥାଇପାରେ । କିଛି ଖେଳ ହୋଇଛି । ଯାହାକି ଚିନ୍ତାର ବିଷୟ ।