ସିଜେଆଇଙ୍କୁ ୨୧ ଅବସରପ୍ରାପ୍ତ ଜଜଙ୍କ ଚିଠି
ନୂଆଦିଲ୍ଲୀ : ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ·ଚ।ଲିଛି ଉଦ୍ୟମ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅବସରପ୍ରାପ୍ତ ବିଚ।ରପତି । ଏନେଇ ଭାରତର ପ୍ରଧାନ ବିଚ।ରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ ଅବସରପ୍ରାପ୍ତ ବିଚ।ରପତି । ଏହି ଚିଠିରେ ଅବସରପ୍ରାପ୍ତ ବିଚ।ରପତିମାନେ ଅଭିଯୋଗ କରିଛନ୍ତି ଯେ ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ କେତେକ ଲୋକ ଉଦ୍ୟମ କରୁଛନ୍ତି । କେତେକ ଗୋଷ୍ଠୀ ସୁଚିନ୍ତିତ ଚ।ପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ର·ର କରିବା ତଥା ଜନସାଧାରଣଙ୍କ ଭିତରେ ଭୁଲ୍ ଧାରାଣା ସୃଷ୍ଟି କରିବା ଓ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ଆମେ ମିଳିତ ଭାବରେ ଚିନ୍ତା ପ୍ରକଟ କରୁଛି ବୋଲି ଅବସରପ୍ରାପ୍ତ ବିଚରପତିମାନେ କହିଛନ୍ତି ।
ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି କିଛି ତତ୍ତ୍ୱ ଦ୍ୱାରା ଏପରି କରାଯାଉଛି ବୋଲି ଚିଠିରେ ଅବସରପ୍ରାପ୍ତ ବିଚ।ରପତିମାନେ ଉଲ୍ଲେଖ କରିଛନ୍ତି । ଆମର ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଭଳି ଚ।ପ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ସିଜେଆଇଙ୍କୁ ଦାବି କରିଛନ୍ତି । ଏଥିସହ ଆଇନ ପ୍ରଣାଳିର ପବିତ୍ରତା ଯେପରି ସୁରକ୍ଷିତ ରହିବ ସେ ଦିଗରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି । ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବି·ରପତି ଏବଂ ସୁପ୍ରିମକୋର୍ଟର ·ରିଜଣ ପୂର୍ବତନ ବି·ରପତି ଅଛନ୍ତି । ଅବସରପ୍ରାପ୍ତ ବିଚ।ରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି । ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଏହି ଚିଠି ସାମ୍ନାକୁ ଆସିଛି ।