ତାରାଙ୍କ ଅଧ୍ୟକ୍ଷତାରେ ଖଣି କମିଟି

Tara Bahinipati

ତାରାଙ୍କ ଅଧ୍ୟକ୍ଷତାରେ ଖଣି କମିଟି

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ଖଣି ଅନିୟମିତତା ଓ ଖଣି ଅଞ୍ଚଳର ଅଧିବାସୀମାନଙ୍କର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ‘ମାଇନିଂ କମିଟି’ ଗଠନ କରିଛନ୍ତି  ।
ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିଧାୟକ ସିଏସ ରାଜନ ଏକ୍କା, ବିଧାୟକ ଅଶୋକ ଦାସ, ବିଧାୟକ ସତ୍ୟଜିତ ଗମାଙ୍ଗୋ ଏବଂ ବିଧାୟକ ସାଗର ଚରଣ ଦାସ ସଭ୍ୟ ଅଛନ୍ତି  ।