ବଦ୍ରି ପାତ୍ରଙ୍କ ବିସ୍ଫୋରଣ : ବିଜେଡ଼ି ଦି ଫାଳ
BADRI PATRA

ଭୁବନେଶ୍ୱର : ୱାକଫକୁ ନେଇ ବିଜେଡ଼ି ଫାଳଫାଳ ହୋଇଯାଇଛି । ବିଜେଡ଼ି ୱାକଫ ବୋଡର଼୍କୁ ବିରୋଧ କରିବ ବୋଲି ସାଂସଦ ମୁନ୍ନା ଖାନ କହିଥିଲେ । ପରେ କିନ୍ତୁ ସସ୍ମିତ ପାତ୍ର କହିଥିଲେଯେ, ବିବେକାନୁମୋଦିତ ଭୋଟ୍ ଦେବାକୁ ଦଳର ସଭାପତି କହିଛନ୍ତି । କିନ୍ତୁ ଶେଷରେ ସସ୍ମିତ ବି ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି । ବିଜେଡ଼ିର ପ୍ରାୟ ସବୁ ସାଂସଦ ବିଲ୍ ସପକ୍ଷରେ ଭୋଟ ଦେବାକୁ ନେଇ ବିଜେଡ଼ିରେ ଫାଟ ସୃଷ୍ଟିହୋଇଛି ବୋଲି କୁହାଯାଉଛି । ଏନେଇ ବଦ୍ରି ପାତ୍ର କହିଛନ୍ତିଯେ, ମୁନା ଖାନ୍ କହିଥିଲେ ବିଲକୁ ବିରୋଧ କରିବାକୁ ଦଳ ନିଷ୍ପତ୍ତି ନେଇଛି । ତେବେ ପରେ ଭିନ୍ନ କଥା ଶୁଣିବାକୁ ମିଳିଲା । ନବୀନ ନିର୍ଦ୍ଦେଶ ଦେବା ପରେ ଏମିତି କେମିତି ହେଲା ? କିନ୍ତୁ ପରେ କିଛି ଚାପ ପଡ଼ିଥାଇପାରେ । କିଛି ଖେଳ ହୋଇଛି । ଯାହାକି ଚିନ୍ତାର ବିଷୟ ।