ଏନବିଏସ ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

NBS RAJPUT ODISHA GOVERNOR'S PRINCIPAL SECREATARY

ଏନବିଏସ ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଅର୍ଥ ବିଭାଗର ପ୍ରମୁଖ ସଚିବ ହେଲେ ଶାଶ୍ୱତ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏନବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ରାଜପୁତ ହେଉଛନ୍ତି ୧୯୯୯ ବ୍ୟାଚର ଆଇଏଏସ ଅଫିସର  । ସେପଟେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି  । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ  । ଏବେ ସେ ଅର୍ଥ ବିଭାଗ ସହ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ଏହାଛଡ଼ା ଓଏସଏସଏସସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।