ଗ୍ୟାସ୍ ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଘରୋଇ ଉପଚାର

ଗ୍ୟାସ୍ ସମସ୍ୟାକୁ ନେଇ ଚିନ୍ତିତ କି?  ଜାଣନ୍ତୁ ଘରୋଇ ଉପଚାର

ରାତ୍ରିଭୋଜନ ପରେ ପେଟଫୁଲିବା ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଯଦି ଦେଖାଦେଉଛି ତାହେଲେ ଏଭଳି ସମସ୍ୟାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ପାଚନ ପ୍ରକ୍ରିୟାରେ ଗଡ଼ବଡ଼ ହେଲେ ଏଭଳି ସମସ୍ୟା ଦେଖାଯାଏ । ଜୀବନଶୈଳୀରେ ପରିବର୍ତ୍ତନ କିମ୍ବା ଖାଇବାପିଇବାରେ ତାରତମ୍ୟ ନ ରହିଲେ ଗ୍ୟାସ୍ ସମସ୍ୟା ହେବା ସାଧାରଣ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , କିଛି ଲୋକଙ୍କ ଗ୍ୟାସ୍ ସମସ୍ୟା ଏତେ ଅଧିକ ଥାଏ ଯେ ବିଭିନ୍ନ ଅଙ୍ଗରେ ଏହାର ପ୍ରଭାବ ପଡ଼ିଥାଏ । ଡ଼ାକ୍ତରଙ୍କ କହିବାନୁସାରେ , ଯଦି ରାତିରେ ଆପଣଙ୍କ ପେଟ ଫୁଲୁଛି କିମ୍ବା ଗ୍ୟାସ୍ ସମସ୍ୟା ଦେଖାଦେଉଛି ତେବେ ଖାଦ୍ୟପେୟରେ ପରିବର୍ତ୍ତନ କରିବାର ସମୟ ଆସିଯାଇଛି । ଏହାଛଡ଼ା ଲିଭର୍ ସମସ୍ୟା ଯେଉଁଥିରେ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ , ଏଭଳି ସ୍ଥିତିରେ ମଧ୍ୟ ଗ୍ୟାସ୍ ଅଧିକ ବଢିଯାଇଥାଏ । ଯଦି ଆପଣଙ୍କୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି ତେବେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ କିଛି ଘରୋଇ ଉପଚାରକୁ ଆପଣାଇ ଗ୍ୟାସକୁ ନିଜଠୁ ଦୂରେଇ ରଖନ୍ତୁ ।

 ଭୋଜନରେ ପରିବର୍ତ୍ତନ : ବିଶେଷଜ୍ଞଙ୍କ ମତରେ ଡ଼ାଲିଜାତୀୟ ଖାଦ୍ୟ ତଥା ବିନ୍ସ ଭଳି ଖାଦ୍ୟପଦାର୍ଥର ସେବନ ଯଥାସମ୍ଭବ କମ୍ କରନ୍ତୁ । ଦଲିଆ , ଛୋଲେ , ରାଜମା ଭଳି ଖାଦ୍ୟ ଗ୍ୟାସ୍ ର ମାତ୍ରାକୁ ବଢାଉଥିବାରୁ ଏହାକୁ ଯେତେ କମ୍ ଖାଇବେ ସେତେ ଭଲ । ବିଶେଷ କରି ରାତ୍ରିଭୋଜନ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ଭୋଜନ ପରେ ଚଲାବୁଲା କରନ୍ତୁ : ଗ୍ୟାସ୍ ହେବାର ଅନ୍ୟ ଏକ କାରଣ ହେଉଛି ଖାଇବାର ତୁରନ୍ତ ପରେ ବିଛଣାକୁ ଚାଲିଯିବା । ରାତିରେ ମେଟାବଲିଜମ୍ ମାତ୍ରା କମ୍ ରହିଥାଏ ଯେଉଁଥିପାଇଁ ହେଭି ଡ଼ିନର୍ କଲେ ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଯାଏ । ଏଭଳି ସମସ୍ୟାରୁ ଦୂରେଇ ରହିବା ପାଇଁ ଖାଇବା ପରେ ନିଶ୍ଚିତ ଭାବେ ଚାଲନ୍ତୁ , ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ଲାଭ ମିଳିଥାଏ ।

. ଅଧିକ ଚା’ , କଫି ପିଇବା ଦ୍ୱାରା ବି ଗ୍ୟାସ୍ ବା ପେଟ ଫୁଲିବା ସମସ୍ୟା ଦେଖାଦେଇଥାଏ । ଏଥିରେ କେଫିନ୍ ଥିବାରୁ ରାତିରେ ଚା’, କଫି ପିଇଲେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ , ସଂନ୍ଧ୍ୟା ୬ ଟା ପରେ କେଫିନ୍ ଏବଂ ନିକୋଟିନ୍ ସେବନରୁ ଦୂରେଇ ରୁହନ୍ତୁ । ପାଚନକୁ ପ୍ରଭାବିତ କରିବା ସହ ଏହା ନିଦକୁ ମଧ୍ୟ ପ୍ରଭାବିତ କରିଥାଏ ।