ଭାମଣ୍ଡା କପ କ୍ରିକେଟ୍: ଫାଇନାଲରେ ଭାମଣ୍ଡା 

ରାଜକନିକା: ରାଜକନିକା ବ୍ଲକ୍ ଭାମଣ୍ଡା ନୃସିଂହ ନାଥ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ମୁକେଶ ପଟ୍ଟନାୟକଙ୍କ ପ୍ରାୟୋଜିତରେ ଚାଲିଥିବା ଜିଲ୍ଲାସ୍ତରୀୟ ଭାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହୋଇଛି । ଏଥିରେ ନୃସିଂହ ନାଥ କ୍ଲବ୍ ଭାମଣ୍ଡା ଓଳାଭର ଆଥେଲେଟିକ ଆସୋସିଏସନକୁ ୪୩ ରନରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଭାମଣ୍ଡା ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୮ ୱିକେଟ ହରାଇ ୧୯୪ ରନ କରିଥିଲା । ଓଳାଭର ୨୩.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୧ ରନ୍ କରି ପରାଜୟ ବରଣ କରିଛି । ମୁଖ୍ୟଅତିଥି ଭାବେ ଏମଡିଏନ୍ ପବ୍ଲିକ ସ୍କୁଲ ନମତରାର ପ୍ରିନ୍ସିପାଲ କମଳା କାନ୍ତ ସୁତାର ଯୋଗ ଦେଇ ବିଜେତା ଦଳର ଜନ୍ମେଜୟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ବିଭୁତି ଭୂଷଣ ସ୍ୱାଇଁ ଓ ନିରଞ୍ଜନ ଦାସ ଖେଳ ପରିଚାଳନା କରିଥିବା ବେଳେ ପ୍ରଜ୍ଞାଜିତ ନାୟକ, ରିତେଶ ସାମଲ, ବିକ୍ରମ ମହାପାତ୍ର ଅନନ୍ତ ମହାପାତ୍ରଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।