ବର୍ଷାଜଳ ସଂରକ୍ଷଣ

ବର୍ଷାଜଳ ସଂରକ୍ଷଣ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିଲା । ବର୍ଷା ଜଳ ନଦୀ, ନାଳରେ ବୋହିଯାଇ ସମୁଦ୍ରରେ ମିଶିଥିଲା । ସରକାର ଗତ କିଛି ଦଶନ୍ଧି ଧରି ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ଆସୁଥିବା ସତ୍ତ୍ୱେ ଏ କ୍ଷେତ୍ରରେ ବିଶେଷ କିଛି ସଫଳତା ହାସଲ କରିଥିବା ଭଳି ମନେହୁଏ ନାହିଁ । ଜଳ ସଂରକ୍ଷଣ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି, ଏଥିଲାଗି ହିତାଧିକାରଙ୍କୁ ସ୍ୱତନ୍ତ୍ର ଋଣ ଯୋଗାଇ ଦେବା ସହ ରିହାତି ମଧ୍ୟ ଦେଉଛନ୍ତି । ଛାତ ଓ ଖୋଲାସ୍ଥାନରେ ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଟାଙ୍କି ନିର୍ମାଣ କରି ଜଳ ସଂରକ୍ଷିତ ରଖିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ମାତ୍ର ଯାହା ଜଣାଯାଏ, ଜଳ ସଂରକ୍ଷଣ ଏବେ ଏକ ସ୍ଲୋଗାନରେ କେବଳ ରହିଯାଇଛି ।  ଗଲା ୨୦୨୪ ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସତ୍ତ୍ୱେ ଭୂତଳ ଜଳ ସଂରକ୍ଷଣ ସର୍ବନିମ୍ନ ହୋଇଥିବା କୁହାଯାଏ । ୨୦୨୩ରେ ଭୂତଳ ଜଳସଂରକ୍ଷଣ ତଥ୍ୟ ଅନୁଯାୟୀ ଦେଶରେ ୪୪୯ ବିଲିଅନ ଟନ ଜଳ ରିଚାର୍ଜ ପାଇଁ ଆକଳନ କରାଯାଇଥିଲା, ଯାହାକି ଭାକ୍ରା ଗୋବିନ୍ଦ ସାଗର ଜଳ ଭଣ୍ଡାରର ଜଳଧାରଣ କ୍ଷମତା ଠାରୁ ୪୫ଗୁଣ ଅଧିକ । ମାତ୍ର ଏହି ଲକ୍ଷ୍ୟ ହାସଲ ଅତି ନଗଣ୍ୟ ରହିଛି । ଆମ ଦେଶରେ ଭାକ୍ରା ଗୋବିନ୍ଦ ସାଗର ଜଳ ଭଣ୍ଡାର ପରି ବହୁ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଭଣ୍ଡାର ରହିଛି ।  ବର୍ଷା ଋତୁରେ ଜଳଭଣ୍ଡାର ଗୁଡିକ ସର୍ବୋଚ୍ଚ ଜଳଧାରଣ ସ୍ତରରେ ପହଁଚିବା ପରେ ଅବଶିଷ୍ଟ ଜଳ ନଦୀ ନାଳରେ ବୋହିଯାଇ ସମୁଦ୍ରରେ ମିଶିଥାଏ ।  ଜଳ ଭଣ୍ଡାର ଜଳକୁ ଜଳ ବିଦୁ୍ୟତ ଉତ୍ପାଦନ ଶିଳ୍ପ ସଂସ୍ଥା ଚାଷ ଜମିରେ ଜଳସେଚନ ଏବଂ ପାନୀୟ ଜଳ ଭାବେ ବ୍ୟବହାର କରାଯାଇଥାଏ । କିନ୍ତୁ ଖରାଦିନେ ଜଳସ୍ତର ଆଶାତୀତ ଭାବେ ହ୍ରାସ ପାଇଥାଏ । ଆହୁରି ମଧ୍ୟ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରରେ ଥିବା ବହୁ ପୋଖରୀ, ଗାଡିଆ ବର୍ଷା ଜଳ ଭରପୁର ହୋଇଥିବାବେଳେ ଖରାଦିନେ ଶୁଖିଲା ପଡିଥାଏ । ଏବେ ଜନବସତିମାନ ଗଢି ଉଠୁଥିବା ଯୋଗୁଁ ସହରରେ ପୋଖରୀ, ଗାଡିଆ ଆଉ ଦେଖିବାକୁ ମିଳେ ନାହିଁ । ଯେଉଁଠାରେ ପୋଖରୀ, ଗାଡିଆ ରହିଛି, ସେସବୁ ଐତିହାସିକ କିମ୍ବା ପୌରାଣିକ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ଖରାଦିନେ ସେସବୁ ଜଳସ୍ତର କମି ଶୁଖିଲା ପଡିଥିବା ଦେଖାଯାଏ । ଅନ୍ୟପକ୍ଷରେ କୃଷିକ୍ଷେତ୍ର ପାଇଁ ପଞ୍ଜାବ, ହରିଆନା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଭୂତଳ ଜଳ ଅନ୍ୟ ରାଜ୍ୟଗୁଡିକ ତୁଳନାରେ କମ୍ ଉତ୍ତୋଳନ  କରାଯାଉଥିବା ରିପୋର୍ଟ କହେ ।  ବିଶ୍ୱ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରା ବୃଦ୍ଧି ଯୋଗୁଁ ଋତୁ ଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ଋତୁର ଅବଧି ବଢିଚାଲିଥିବାବେଳେ ବର୍ଷା ଓ ଶୀତ ଋତୁର ଅବଧି ହ୍ରାସ ପାଇବାରେ ଲାଗିଛି । ଅତୀତର ପୃଷ୍ଠରୁ ଜଣାଯାଏ ଯେ, ବର୍ଷାର ଅବଧି ଦୀର୍ଘ ଏବଂ ଆବଶ୍ୟକୀୟ ପରିମାଣର ବର୍ଷା ହେଉଥିବାବେଳେ ମାଟିରେ ଆର୍ଦ୍ରତା ରହିଥାଏ । ଏବେ ଅନିୟମିତ ବର୍ଷା ଯୋଗୁଁ ଦେଶର ବହୁ ଭାଗ ମରୁଡିର ସମ୍ମୁଖୀନ ହୋଇଥିବା ସମୟରେ ଅନ୍ୟଭାବରେ ବନ୍ୟା ତାଣ୍ଡବ ରଚିଥାଏ । ଆହୁରି ମଧ୍ୟ ଏବେ ବର୍ଷାର ଅବଧି ହ୍ରାସ ପାଇଥିବାବେଳେ ଯଥେଷ୍ଟ ପରିମାଣର ତଥା ଅତିବୃଷ୍ଟି ହେଉଛି । ଏଥିଲାଗି ବୈଜ୍ଞାନିକ ଓ ପାଣିପାଗ ବିଶାରଦମାନେ ଗ୍ଲୋବାଲ ୱାର୍ମିଂକୁ ଦାୟି କରନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଗଲା ୪୬ ମଧ୍ୟରେ ୨୦୨୪ରେ ଅତିବୃଷ୍ଟି ଘଟଣା ଘଟିଥିବା ସମୟରେ ହାରାହାରି ବର୍ଷାର ପରିମାଣ ୨୭ତମ ନିମ୍ନସ୍ଥାନରେ ରହିଥିଲା । ଭାରତରେ ଗଲା ୨୦୨୪ରେ ୩୮୮୦ ବିଲିଅନ ଟନ ଦଳ ବର୍ଷା ହୋଇଥିଲା । କିନ୍ତୁ ମାଟିରେ ବା ଭୂତଳେ ମାତ୍ର ୪୩୬ ବିଲିଅନ ଟନ ଜଳ ଭିଜିଥିଲା । ଯାହାକି ଅତି ନଗଣ୍ୟ ।  ଅନ୍ୟପକ୍ଷରେ ଖରାଦିନେ ଆମ ଦେଶରେ ପାନୀୟ ଜଳ ସଂକଟ ଏବେ ବି ଉକôଟ ଆକାରରେ ରହିଛି । ପାନୀୟ ଜଳର ଉସô ଭାବେ କୂଅ, ଝରଣା ରହିଛି । ମାତ୍ର ଗ୍ରୀଷ୍ମ ଋତୁ  ଆଗମନରେ ସେସବୁ ଶୁଖିଲା ପଡୁଥିବା ଏକ ପରମ୍ପରା ଗତ ଘଟଣାରେ ପରିଣତ ହୋଇଛି । ଆହୁରି ମଧ୍ୟ ପ୍ରତିବର୍ଷ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସରକାରୀ ରିପୋର୍ଟ ଅନୁଯାୟୀ ଦେଶରେ ୨ରୁ ୮ମିଟର ପର୍ଯ୍ୟନ୍ତ ଭୂତଳ ଜଳହ୍ରାସ ପାଇଛି । ଆଗାମୀ ୨୦୫୦ ମସିହା ସୁଦ୍ଧା ଦେଶରେ ଉକôଟ ପାନୀୟ ଜଳ ସଂକଟ ଦେଖାଦେଇପାରେ ବୋଲି ପାଣିପାଗ ବିଶାରଦମାନେ ଚେତାବନୀ ଦେଇ ସାରିଲେଣି । ଏଭଳି ଏକ ସମ୍ଭାବ୍ୟ ସଂକଟର ମୁକାବିଲା ପାଇଁ ବର୍ଷା ଜଳ ସଂରକ୍ଷଣ ଏବେ ଏକ ଜାତୀୟ ଆବଶ୍ୟକତା ହୋଇଛି । ଅଗ୍ରାଧିକାର ଭିତିରେ ବର୍ଷା ଜଳ ସଂରକ୍ଷଣକୁ ତ୍ୱରାନ୍ୱିତ କରାଯିବା ଜରୁରି । ଅନ୍ୟଥା ପାନୀୟ ଜଳାଭାବ ଉକôଟ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । 
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୯୪୩୭୯୯୪୩୭୯